ମାର୍ଚ୍ଚ ୩୦ରେ ମେରଟ ଆସିବେ ପ୍ରଧାନମନ୍ତ୍ରୀ, ପ୍ରଥମ ଥର ଏହି ନେତା ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚରେ ଦେଖାଦେବେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବିଜେପି  ଜୋରଦାର ପ୍ରସ୍ତୁତି ଚାଇଛି। ନିର୍ବାଚନ ତାରିଖ ଘୋଷଣା ପରେ ବିଜେପି ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ରାଲିର ଘୋଷଣା ମଧ୍ୟ ଆରମ୍ଭ ହୋଇଛି। ମାର୍ଚ୍ଚ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେରଟରେ ଏକ ରାଲି କରିବେ ବୋଲି ଜଣାଯାଇଛି। ଏହା ଜରିଆରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ନିର୍ବାଚନୀ ଶଙ୍ଖନାଦ କରିବେ। ମେରଟରୁ ଏଥର ବିଜେପି ‘ରାମାୟଣ’ ଟେଲି ଧାରାବାହିକରେ ରାମ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିବା ଅରୁଣ ଗୋଭିଲଙ୍କୁ ପ୍ରାର୍ଥୀ କରିଛି। ଏଥି ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲି ପାଇଁ ବିଜେପି ନେତାମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲି ସକାଶେ ପଶ୍ଚିମ ୟୁପିରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।

ଆଉ ଏକ ବଡ଼ କଥା ହେଲା ଯେ ଏନଡିଏର ସହଯୋଗୀ ଆରଏଲଡିର ମୁଖ୍ୟ ଜୟନ୍ତ ଚୌଧୁରୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଞ୍ଚରେ ଉପସ୍ଥିତ ରହିବେ। ଜୟନ୍ତଙ୍କୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚରେ ଦେଖିବାକୁ ମିଳିବ।

୨୦୧୪ରେ ବିଜେପି ଉତ୍ତର ପ୍ରଦେଶରେ ୭୧ଟି ଆସନରେ ଜିତିଥିଲା। ପାଞ୍ଚ ବର୍ଷ ପରେ,  ୨୦୧୯ରେ, ଦୁଇ ଆଞ୍ଚଳିକ ବୃହତ୍ – ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଏବଂ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ମେଣ୍ଟ ହେତୁ ଏହି ସଂଖ୍ୟା  ୬୨କୁ ହ୍ରାସ ପାଇଛି।  ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ଉଦଘାଟନ କରିବାର ପ୍ରତିଶ୍ରୁତି ଦେବା ପରେ ବିଜେପି ଏଥର ଏକ ଭଲ ପ୍ରଦର୍ଶନ ପାଇଁ ଆଶା ରଖିଛି।

ସମ୍ବନ୍ଧିତ ଖବର