ଭାରତ-ପାକିସ୍ତାନ କ୍ରିକେଟ୍‌ ପଡ଼ିଆରେ ପୁଣି ମୁହାଁମୁହିଁ ହେବେ, ମହିଳା ଏସିଆ କପ୍‌ ପାଇଁ କ୍ରୀଡ଼ାସୂଚୀ ଜାରି

ନୂଆଦିଲ୍ଲୀ: କ୍ରିକେଟ୍‌ ପ୍ରଶଂସକମାନଙ୍କ ପାଇଁ ଭଲ ଖବର ସାମ୍ନାକୁ ଆସିଛି। କ୍ରିକେଟ୍‌ ପଡ଼ିଆରେ ଭାରତ ଓ ପାକିସ୍ତାନର ମହିଳା ଟିମ୍‌ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦେଶ ମଧ୍ୟରେ ମହିଳା ଏସିଆ କପ୍‌-୨୦୨୪ରେ ଏହି ମୁକାବିଲା ହେବ। ଏସୀୟ କ୍ରିକେଟ୍‌ ପରିଷଦ ମଙ୍ଗଳବାର ମହିଳା ଏସିଆ କପ୍‌ ପାଇଁ କ୍ରୀଡ଼ାସୂଚୀ ଜାରି କରିଛି।

ମହିଳା ଏସିଆ କପ୍‌-୨୦୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ଆସନ୍ତା ଜୁଲାଇ ୨୧ରେ ମୁକାବିଲା ହେବ। ଏହି ଟୁର୍ଣ୍ଣାମେଣ୍ଟ ଜୁଲାଇ ୧୯ରୁ ୨୮ ମଧ୍ୟରେ ଶ୍ରୀଲଙ୍କାର ଦାମ୍ବୁଲା ଠାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଟିମ୍‌ ସାମିଲ ହେବେ। ଏଥିରେ ଭାରତ, ପାକିସ୍ତାନ ବ୍ୟତୀତ ନେପାଳ ଓ ୟୁଏଇ ଟିମ୍‌ ‘ଗ୍ରୁପ-ଏ’ରେ ଖେଳିବେ। ସେହିପରି ବାଂଲାଦେଶ, ମାଲେସିଆ ଶ୍ରୀଲଙ୍କା ଓ ଥାଇଲାଣ୍ଡକୁ ‘ଗ୍ରୁପ-ବି’ରେ ସାମିଲ କରାଯାଇଛି।

 

ଏଥର ମହିଳା ଏସିଆ କପ୍‌ ଟି-୨୦ ଫର୍ମାଟରେ ଖେଳାଯିବ। ଭାରତ ମହିଳା ଏସିଆ କପ୍‌ରେ ସବୁଠାରୁ ସଫଳ ଟିମ୍‌। ଭାରତୀୟ ଟିମ୍‌ ୭ଥର ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି। ଗତଥର ୨୦୨୨ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା ସେହି ସମୟରେ ଭାରତୀୟ ଟିମ୍‌ ଶ୍ରୀଲଙ୍କାକୁ ପରାସ୍ତ କରି ଚମ୍ପିଅନ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର-ଅକ୍ଟୋବରରେ ବାଂଲାଦେଶ ମାଟିରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ବକପ୍‌ ପାଇଁ ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧିତ ଖବର