କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ନବୀନ ଜିନ୍ଦଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି | ବାସ୍ତବରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ନବୀନ ଜିନ୍ଦଲ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି । ଦଳର ବରିଷ୍ଠ ନେତା ବିନୋଦ ତାୱଡେ ପୂର୍ବତନ ସାଂସଦ ଜିନ୍ଦଲଙ୍କୁ ବିଜେପି ମୁଖ୍ୟାଳୟରେ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ସେ ଦୁଇଥର କୁରୁକ୍ଷେତ୍ରରୁ ସାଂସଦ ହୋଇଥିଲେ। ସେ ଜିନ୍ଦଲ ପାୱାର କର୍ପୋରେସନର ଚେୟାରମ୍ୟାନ୍ ମଧ୍ୟ ଥିବାବେଳେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ନବୀନ ଜିନ୍ଦଲ କୁରୁକ୍ଷେତ୍ରର ସାଂସଦ ଥିଲେ। ସେ ଏକ ବଡ ରାଜନୈତିକ ଏବଂ ବ୍ୟବସାୟିକ ପରିବାରru ଆସିଥିବାବେଳେ ନବୀନ ଜିନ୍ଦଲଙ୍କ ପିତା ଓପି ଜିନ୍ଦଲ ହରିୟାଣା ସରକାରରେ ମନ୍ତ୍ରୀ ରହିଥିଲେ ।

ତାଙ୍କ ମା ସାବିତ୍ରୀ ଜିନ୍ଦଲ ଜଣେ ବିଧାୟିକା ମଧ୍ୟ ହୋଇଥିଲେ | ବିଜେପିରେ ଯୋଗଦେବା ପରେ ନବୀନ ଜିନ୍ଦଲ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ମୁଁ ୧୦ ବର୍ଷ ଧରି କୁରୁକ୍ଷେତ୍ରର ସାଂସଦ ଭାବରେ ସଂସଦରେ କଂଗ୍ରେସ ପାର୍ଟିର ପ୍ରତିନିଧିତ୍ୱ କରିଛି। ମୁଁ କଂଗ୍ରେସ ନେତୃତ୍ୱ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂଙ୍କୁ ଧନ୍ୟବାଦ ଦେଉଛି। ଆଜି ମୁଁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ”

ସୂତ୍ରରୁ ପ୍ରକାଶ ଯେ ନବୀନ ଜିନ୍ଦଲ କୁରୁକ୍ଷେତ୍ରରୁ ନିର୍ବାଚନ ଲଢ଼ିପାରନ୍ତି। ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି ଯେ ମୁଁ କଂଗ୍ରେସରେ କୌଣସି ପଦବୀରେ ନଥିଲି। ଦଳରେ ସକ୍ରିୟ ନଥିଲି। ବର୍ତ୍ତମାନ ମୁଁ ପୁଣି ରାଜନୈତିକ ଜୀବନରେ ଆସୁଛି | ବିଜେପିର ନୀତି ଅନୁସରଣ କରି ସ୍ୱପ୍ନର ଭାରତ ଗଠନ ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ।

ସମ୍ବନ୍ଧିତ ଖବର