୬ ବର୍ଷର ଝିଅକୁ ସାଥୀରେ ନେଇ ୧୪ ବର୍ଷ ସାନ ପ୍ରେମିକ ପାଇଁ ପୋଲାଣ୍ଡରୁ ଝାରଖଣ୍ଡ ଧାଇଁ ଆସିଛନ୍ତି ବିଦେଶିନୀ

ରାଞ୍ଚି: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ ବିଷୟରେ ‌ଏବେ ଜୋର୍‌ସୋର୍‌ରେ ଚର୍ଚ୍ଚା ହେଉଛି। ବେଆଇନ ଭାବେ ଭାରତ ଆସିଥିବାରୁ ତାଙ୍କୁ ୟୁପି ପୁଲିସର ଏଟିଏସ୍ ଜେରା କରିଛି। ବର୍ତ୍ତମାନ ପୋଲାଣ୍ଡର ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ଭେଟିବା ପାଇଁ ଝାରଖଣ୍ଡକୁ ଆସିବା ଭଳି ମାମଲା ଦେଖିବାକୁ ମିଳିଛି।

ଦୁଇ ବର୍ଷ ପୂର୍ବେ ଇନଷ୍ଟାଗ୍ରାମରେ ଏହି ମହିଳା ନିଜଠାରୁ ୧୪ ବର୍ଷ ସାନ ସାଦାବଙ୍କୁ ଜାଣିଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହେଲା ଏବଂ ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହେଲା। ତେବେ ବର୍‌ବରା ନାମକ ପୋଲାଣ୍ଡ୍‌ର ଏହି ମହିଳା ପାଞ୍ଚ ବର୍ଷ ପାଇଁ ଭିସା ନେଇ ଝାରଖଣ୍ଡର ହାଜାରିବାଗରେ ପହଞ୍ଚିଛନ୍ତି। ଏହି ପ୍ରେମ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମହିଳାଙ୍କ ବୟସ ପ୍ରାୟ ୪୯ ବ‌ର୍ଷ। ତାଙ୍କ ପ୍ରେମିକ ସାଦାବଙ୍କୁ ୩୫ ବର୍ଷ ବୟସ। ନିକଟରେ ସେ ହଜାରିବାଗର ଖୁଟ୍ରା ଗ୍ରାମରେ ପହଞ୍ଚିଛନ୍ତି। ପ୍ରଥମେ ମହିଳା ଜଣକ ଆସି କିଛି ଦିନ ହୋଟେଲ୍‌ରେ ରହି ପରେ ସେ ତାଙ୍କ ପ୍ରେମୀଙ୍କ ଘରକୁ ଯାଇଥିଲେ। ସେଠାରେ ଗାଁରେ ଗରମ ସହି ନପାରିବାରୁ ସେ ନିଜ ଟଙ୍କାରେ ୨ଟି ଏସି ଓ ୨ଟି ଟିଭି ପ୍ରେମିକଙ୍କ ଘରେ ଲଗାଇଛନ୍ତି।

ନିକଟରେ ତାଙ୍କୁ ପଚରାଯିବାକୁ ସେ କହିଛନ୍ତି କି ‘ମୁଁ ସାଦାବଙ୍କୁ ଖୁବ୍ ଭଲପାଏ। ତାଙ୍କ ବିନା ବଞ୍ଚିବା ମୁସ୍‌କିଲ୍‌। ହେଲେ ଅତ୍ୟଧିକ ଲୋକ ଯାତାୟାତ କରୁଥିବାରୁ ମୋତେ ଟିକେ ଅସହଜ ଲାଗୁଛି।’

ଗାଁରେ ରହୁଥିବା ବିଦେଶୀ ମହିଳାଙ୍କ ବିଷୟରେ ଖବର ଶୁଣି ଚାରିଆଡୁ ଲୋକ ଆସି ଭିଡ଼ ଜମାଉଛନ୍ତି। ମହିଳା ଜଣକ ଟୁରିଷ୍ଟ ଭିସା ନେଇ ଭାରତ ଆସିଛନ୍ତି ଏବଂ କିଛି ଦିନ ପରେ ଫେରିଯିବେ ବୋଲି କହିଛନ୍ତି। ‌ତେବେ ସେ ଏକା ଆସିନାହାନ୍ତି। ତାଙ୍କ ସହିତ ତାଙ୍କର ୬ ବର୍ଷ ଝିଅ ମଧ୍ୟ ଆସିଛନ୍ତି। ବର୍‌ବରା ଏବେ ସାଦାବଙ୍କୁ ତାଙ୍କ ସାଙ୍ଗରେ ନେବାକୁ ଚାହାନ୍ତି। ସାଦାବ ମଧ୍ୟ ବର୍‌ବରାଙ୍କ ସହ ରହିବାକୁ ଚାହାନ୍ତି ବୋଲି କହିଛନ୍ତି।

 

ସମ୍ବନ୍ଧିତ ଖବର