ସା‌ଧାରଣତନ୍ତ୍ର ଦିବସରେ ୧୦୯୧ ସୁପ୍ରିମକୋର୍ଟ ରାୟ ଆଞ୍ଚଳିକ ଭାଷାରେ ଜାରି ହେବ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ରା‌ୟ ଏଣିକି ବିଭିନ୍ନ ଭାରତୀୟ ଅନୁସୂଚିତ ଭାଷାରେ ଉପଲବ୍ଧ ହେବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ସାଧାରଣତନ୍ତ୍ର ଦିବସଠାରୁ ଇ-ଏସସିଆର (ଇଲେକ୍ଟ୍ରୋନିକ ସୁପ୍ରିମକୋର୍ଟ ରିପୋର୍ଟସ) ପ୍ରକଳ୍ପ ଆରମ୍ଭ ହେବ। ଇ-ଏସ୍‌ସିଆର ପ୍ରକଳ୍ପ ଅଧୀନରେ ସମସ୍ତ ଅନୁସୂଚିତ ଭାଷାରେ ସୁପ୍ରିମକୋର୍ଟ ରାୟ ଉପଲବ୍ଧ ହେବ। ଆସନ୍ତାକାଲି ସାଧାରଣତନ୍ତ୍ର ଦିବସରେ ୧୦୯୧ ସୁପ୍ରିମକୋର୍ଟ ରାୟ ଆଞ୍ଚଳିକ ଭାଷାରେ ଜାରି ହେବା ସହ ଏହି ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତାକାଲି ଓଡ଼ିଆ ଏବଂ ଅନ୍ୟ ଆଞ୍ଚଳିକ ଭାଷାରେ ୧୦୯୧ଟି ରାୟ ଜାରି ହେବ ବୋଲି ସିଜେଆଇ କହିଛନ୍ତି।

ସମ୍ବନ୍ଧିତ ଖବର