ମୁସଲମାନମାନଙ୍କୁ ଦ୍ବିତୀୟ ଶ୍ରେଣୀ ନାଗରିକ କରିବାକୁ ଚାହୁଁଛି ବିଜେପି : ଓୱେସି

ହାଇଦ୍ରାବାଦ : କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦୀ ସରକାର ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ‘ନାଗରିକତା ସଂଶୋଧନ ଆଇନ(ସିଏଏ), ୨୦୧୯ ଲାଗୁ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି । ଓୱେସି ଅଭିଯୋଗ କରିଛନ୍ତି ଯେ ସିଏଏ କେବଳ ମୁସଲମାନମାନଙ୍କୁ ଟାର୍ଗେଟ କରିବା ପାଇଁ ଉଦ୍ଦିଷ୍ଟ ।

ଓୱେସି ସୋମବାର ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି, “ଆପଣ ସମୟାନୁକ୍ରମ ବୁଝନ୍ତୁ, ପ୍ରଥମେ ନିର୍ବାଚନ ଋତୁ ଆସିବ, ତା’ପରେ ସିଏଏର ନିୟମ ଆସିବ।

ସିଏଏ କୁ ନେଇ ଆମର ଆପତ୍ତି ପୂର୍ବପରି ରହିଛି। ସିଏଏ ବିଭାଜନକାରୀ ଏବଂ ମୁସଲମାନମାନଙ୍କୁ ଦ୍ବିତୀୟ ଶ୍ରେଣୀର ନାଗରିକ ରେ ପରିଣତ କରିବା ପାଇଁ ଗଡସେଙ୍କ ଦୃଷ୍ଟିକୋଣ ଉପରେ ଆଧାରିତ।

ଅତ୍ୟାଚାରର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଆଶ୍ରୟ ଦିଅନ୍ତୁ କିନ୍ତୁ ନାଗରିକତା ଧର୍ମ କିମ୍ବା ଜାତୀୟତା ଉପରେ ଆଧାରିତ ହେବା ଉଚିତ ନୁହେଁ। ସରକାର କାହିଁକି ଏହି ନିୟମକୁ ୫ ବର୍ଷ ପାଇଁ ସ୍ଥଗିତ ରଖିଥିଲେ ଏବଂ ଏବେ କାହିଁକି ଏହାକୁ କାର୍ଯ୍ୟକାରୀ କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର