ପାକିସ୍ତାନରେ ପରିବା ଓ ଫଳ ମୂଲ୍ୟ ଆକାଶଛୁଆଁ: ଭୋକଉପବାସରେ ଲୋକେ ହେଉଛନ୍ତି ଆଉଟୁପାଉଟୁ

ନୂଆଦିଲ୍ଲୀ: ପାକିସ୍ତାନରେ ନୂଆ ସରକାର ଗଠନ ହେବାପରେ ବି ସାଧାରଣଲୋକଙ୍କୁ କୌଣସି ପ୍ରକାର ଆଶ୍ବସ୍ତି ମିଳି ପାରିନାହିଁ। ରମଜାନ ମାସ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନରେ ପନିପରିବାରଦର ଦୁଇଗୁଣିତ ହୋଇଯାଇଛି।

ପନିପରିବା ଠାରୁ ଆରମ୍ଭ କରି ଚିନି, ଘିଅ, ମାଂସ, କ୍ଷୀର ଓ ତେଲ ‌ସମେତ ଆହୁରି ଅନେକ ସାମଗ୍ରୀର ଦାମ ତିନିଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି। ବିଶେଷ ଭାବେ ପନିପରିବା ଓ ଫଳ ମୂଲ୍ୟ ଆକାଶଛୁଆଁ ହୋଇଛି। ଏହି କ୍ରମରେ ଦେଖିବାକୁ ଗଲେ ପାକିସ୍ତାନରେ ପିଆଜ ଦର ୧୫୦ଟଙ୍କାରୁ ବୃଦ୍ଧି ପାଇ ୩୦୦ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।

କେବଳ ଏତିକି ନୁହେଁ ପ୍ରତି କିଲୋପିଛା ଆଳୁ ଦାମ ୫୦ଟଙ୍କାରୁ ବୃଦ୍ଧି ପାଇ ୮୦ଟଙ୍କା ହୋଇଥିବା ବେଳେ କୋବି ମୂଲ୍ୟ ୧୫୦ଟଙ୍କାରେ ପହଞ୍ଚିଛି। ସେହିପରି କଞ୍ଚାଲଙ୍କା କିଲୋ ୩୨୦ଟଙ୍କାରେ ବିକ୍ରି କରାଯାଉଛି।

ପାକିସ୍ତାନରଲୋକଙ୍କ କହିବ‌ାନୁସାରେ, ସେମାନେ କିଛିବର୍ଷ ହେବ ଏଭଳି ଖାଦ୍ୟ ସଙ୍କଟ ଦେଇ ଗତି କରୁଛନ୍ତି। ନୂଆ ସରକାର ଆସିବା ପରେ ସେମାନଙ୍କ ମନରେ କିଛି ଆଶା ଥିଲା କି ପନିପରିବା , ଫଳ ଓ ଖାଦ୍ୟ ସାମଗ୍ରୀ ଦରରେ କିଛି ପରିବର୍ତ୍ତନ ହେବ କିନ୍ତୁ ସେମିତି କିଛି ଘଟିଲା ନାହିଁ। ଖାଦ୍ୟ ସ‌ାମଗ୍ରୀର ଦର ଯେଭଳି ଭାବେ ବୃଦ୍ଧି ପାଉଛି ନୂଆ ସରକାର ଗଠନ ପରେ ପ୍ରଥମ ଥର ଏପରି ଘଟିଛି।

ସମ୍ବନ୍ଧିତ ଖବର