ନାଇରୋବିରେ ଦୁଇ ବିମାନ ମଧ୍ୟରେ ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ନାଇରୋବି : ଆଫ୍ରିକୀୟ ଦେଶ କେନିଆର ରାଜଧାନୀ ନାଇରୋବିରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଆକାଶରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଛି । ନାଇରୋବି ଜାତୀୟ ଉଦ୍ୟାନରେ ଉପରେ ଏହି  ବଡ଼ ଦୁର୍ଘଟଣା ଘଟିଛି। ତେବେ ଏହି ଘଟଣାରେ କେହି ମୃତ୍ୟୁବରଣ କରିନଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବିମାନ ଆକାଶରେ ଧକ୍କା ଖାଇଥିଲା। ଗୋଟିଏ ସଫାରିଲିଙ୍କ ଏଭିଏସନ୍ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଡ୍ୟାସ୍-୮ ବିମାନ ହୋଇଥିବାବେଳେ ଅନ୍ୟଟି ଏକ ତାଲିମ ବିମାନ ଥିଲା । ସଫାରିଲିଙ୍କ ଏଭିଏସନ୍ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଡ୍ୟାସ୍-୮ ବିମାନରେ ୫ ଜଣ କ୍ରୁ ମେମ୍ବରଙ୍କ ସମେତ ୪୪ ଜଣ ଯାତ୍ରୀ ଥିଲେ। ତାଲିମ ବିମାନରେ ୨ ଜଣ ବ୍ୟକ୍ତି ଥିଲେ । ୱିଲସନ ଏୟାରପୋର୍ଟରୁ ଉଡ଼ାଣ ଭରିବାର କିଛି ସମୟ ପରେ କ୍ରୁ ସଦସ୍ୟ ମାନେ ପ୍ରବଳ ଶବ୍ଦ ଶୁଣିବାକୁ ପାଇଥିଲେ ।  ତେବେ ବିମାନଟି ଜରୁରୀକାଳୀନ ଅବତରଣ କରିବାରେ ସଫଳ ହୋଇଥିଲା । କିନ୍ତୁ ଅନ୍ୟ ବିମାନଟି କ୍ଷତିଗ୍ରସ୍ତ ହୋଇଛି ।

ସଫାରିଲିଙ୍କ ଏଭିଏସନ୍ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛି। କମ୍ପାନି ତରଫରୁ କୁହାଯାଇଛି ଯେ ତାଙ୍କର କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ବିମାନ-୦୫୩ରେ ସ୍ଥାନୀୟ ସମୟ ସକାଳ ୯ଟା ୪୫ରେ ଉଡ଼ାଣ ଭରିଥିଲା ଓ ସେଥିରେ ୩୯ ଜଣ ଯାତ୍ରୀ ଓ ୫ ଜଣ କର୍ମଚାରୀ ଥିଲେ। ସେମାନେ ଡିଆନି ଅଭିମୁଖେ ଯାଉଥିଲେ, କିନ୍ତୁ ଉଡ଼ାଣ ଭରିବାର କିଛି ସମୟ ପରେ ପ୍ରବଳ ଧକ୍କା ହୋଇଥିଲା। ‘

ସମ୍ବନ୍ଧିତ ଖବର