ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ମୋଦୀ ନେଇଥିଲେ ଏଭଳି ସଂକଳ୍ପ: ଆଚାର୍ଯ୍ୟ

ନୂଆଦିଲ୍ଲୀ:  ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରି ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନର ବ୍ରତ ପାଳନ କରିଥିଲେ। ଏହି ବ୍ରତ ସମୟରେ ମୋଦୀ କେବଳ ନଡ଼ିଆ ପାଣି ପିଇ ରହିଥିଲେ ଓ ୪୦ଟି ନିୟମର ପାଳନ କରିଥିଲେ।

ଯେମିତି କି ସେ ବିଦେଶ ଯାତ୍ରା କରି ନଥିଲେ। କେବଳ ଧାର୍ମିକ କାମରେ ଉପସ୍ଥିତ ରହିଥିଲେ। ଶେଷରେ ଜାନୁଆରି ୨୨ ତାରିଖରେ ସେହି ଐତିହାସିକ ମୁହୁର୍ତ୍ତ ଆସି ପହଞ୍ଚିଲା ଆଉ ମୋଦୀ ମୁଖ୍ୟ ଜଜମାନ ହୋଇ ଶ୍ରୀରାମଙ୍କ ପୂଜାରେ ସାମିଲ ହୋଇ ପ୍ରାଣପ୍ରତିଷ୍ଠା କରିଥିଲେ। ଏହି ସମୟରେ ମୋଦୀ ଭାବବିହ୍ବଳ ବି ହୋଇପଡ଼ିଥିଲେ।

ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା କରିଥିବା ଆଚାର୍ଯ୍ୟ ଡିସେମ୍ବର ୨୮ ତାରିଖରେ ମୁଖ୍ୟ ଜଜମାନ ପାଇଁ କେଉଁକେଉଁ ନିୟମ ରହିଛି ତାହାକୁ ଲିଖିତ ଭା‌ବେ ଶ୍ରୀରାମ ଟ୍ରଷ୍ଟ ପକ୍ଷରୁ ଗୋବିନ୍ଦ ଦେବ ଗିରି ଜିଙ୍କୁ ପ୍ରଦାନ କରିଥିଲେ।  ପରେ ଏହି ସୂଚୀକୁ ମୋଦୀଙ୍କୁ ଦିଆଯାଇଥିଲା। ଏହି ସୂଚୀକୁ ପାଇବା ପରେ ଏଥିରେ ଯେପରି ଉଲ୍ଲେଖ ଥିଲା ମୋଦୀ ସେପରି ଦିନଚର୍ଯ୍ୟାକୁ ପାଳନ କରିଥିଲେ।

‘ପ୍ରାଣ ପ୍ରତିଷ୍ଠା’ ସମାରୋହରେ ଅଂଶଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘ଯେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରତିମାକୁ ଉତ୍ସର୍ଗ କରିବା ଏକ ନୂତନ ଯୁଗର ଆଗମନକୁ ଚିହ୍ନିତ କରିଛି।’ ଏଥିସହିତ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା କରିଥିବା ଆଚାର୍ଯ୍ୟ କହିଛନ୍ତି ‘ମୋଦୀ ପ୍ରାଣପ୍ରତିଷ୍ଠା ପୂର୍ବରୁ ଅଦ୍ଭୁତ ସଂକଳ୍ପ ନେଇଥିଲେ। ତାଙ୍କର ସଂକଳ୍ପ ଥିଲା କି,‘ ଭାରତ ବିଶ୍ବ ଗୁରୁ ହେଉ।’

ସମ୍ବନ୍ଧିତ ଖବର