ରାହୁଲଙ୍କ ସଫେଇ: ବୟାନ ବ୍ୟକ୍ତିଗତ, ଦଳର ନୁହେଁ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଗତକାଲି ଜମ୍ମୁରେ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇବାରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି। ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ମାମଲାରେ ବିବାଦ ବଢ଼ିବାରୁ ଆଜି ସଫେଇ ଦେଇଛନ୍ତି। ରାହୁଲ କହିଛନ୍ତି, ଦିଗବିଜୟ ଭାରତର ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ମତ। ଏହା ଦଳର ମତ ନୁହେଁ। ଦିଗବିଜୟ ଯାହା କହିଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ମତ। ମୁଁ ଏଥିରେ ଏକମତ ନୁ‌ହେଁ।

ଏହା ସ୍ପଷ୍ଟ ଯେ, ଆମେ ଦିଗବିଜୟଙ୍କ ଟିପ୍ପଣୀକୁ ଗ୍ରହଣ କରୁନୁ। ରାହୁଲ କହିଛନ୍ତି, ଦଳୀୟ ନେତୃତ୍ବ ସେନାବାହିନୀକୁ ସର୍ବାଧିକ ସମ୍ମାନ ଦିଅନ୍ତି। ସେନା‌ବାହିନୀକୁ କୌଣସି ପ୍ରମାଣ ଦେବାର ଆବଶ୍ୟକତା ନାହିଁ। କୌଣସି ନେତାଙ୍କ ଟିପ୍ପଣୀଠାରୁ ଦଳ ଊର୍ଦ୍ଧ୍ବରେ ବୋଲି ରାହୁଲ କହିଛନ୍ତି। ସୂଚନାଯୋଗ୍ୟ, ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ କଂଗ୍ରେସର ବରିଷ୍ଠ ନେତାମାନେ ଲଗାତାର ସେନା ଓ ସରକାରକୁ ଟାର୍ଗେଟ୍‌ କରି ଆସିଛନ୍ତି ଏବଂ ଏ ବାବଦ ପ୍ରମାଣ ଜାରି କରିବାକୁ ବହୁବାର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର