ୟୁକ୍ରେନ ସେନା ଅସ୍ତ୍ର ଛାଡ଼ିଲେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ: ଋଷିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ କ୍ରମାଗତ ଭାବେ ଆକ୍ରମଣ କରୁଥିବା ଋଷିଆଏବେ ଆଲୋଚନା ପାଇଁ ପ୍ରସ୍ତୁତ ହୋଇଛି। ଋଷିଆ ବୈଦେଶିକ ମନ୍ତ୍ରୀ କହିଛନ୍ତି, ୟୁକ୍ରେନର ସେନା ଯୁଦ୍ଧ କରିବା ବନ୍ଦ କରିବା ସହିତ ଅସ୍ତ୍ରଶସ୍ତ୍ର ଛାଡ଼ିଦେଲେ ଋଷିଆ ଆଲୋଚନା ପାଇଁ ପ୍ରସ୍ତୁତ ଅଛି। ମସ୍କୋ ୟୁକ୍ରେନକୁ ଏଭଳି ସଙ୍କଟରୁ ମୁକ୍ତ କରିବାକୁ ଚାହିଁଛି।

 

ଗତ ଗୁରୁବାର ଦିନ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସେନାକୁ ଆତ୍ମସମର୍ପଣ କରିବାକୁ ଏବଂ ସେମାନଙ୍କ ଘରକୁ ଯିବାକୁ କହିଥିଲେ । ଏହାପରେ ଋଷିଆ ସମ୍ପୂର୍ଣ୍ଣ ଶକ୍ତି ସହିତ ଆକ୍ରମଣ ଆରମ୍ଭ କରି ଦେଇଥିଲା । ରିପୋର୍ଟ ଅନୁଯାୟୀ, ଋଷିଆ ୟୁକ୍ରେନର ୧୧ ଏୟାରଫିଲ୍ଡ ସମେତ ୭୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଦେଇଛି ବୋଲି ଦାବି କରୁଛି। ଏଥିସହିତ ୟୁକ୍ରେନର ୧୩୭ଜଣ ଲୋକଙ୍କ ଋଷୀୟ ସେନା ଆକ୍ରମଣ କରି ନିହତ କରିଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କ ଗୁରୁତର କରିଛି ବୋଲି କୁହାଯାଉଛି।

 

 

 

ସମ୍ବନ୍ଧିତ ଖବର