ସୀମାଙ୍କୁ ମାଡ଼ ମାରୁଛନ୍ତି କି ସଚିନ୍? ଭିଡିଓ ଭାଇରାଲ ପରେ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ପାକିସ୍ତାନରୁ ନିଜର ଚାରିଜଣ ପିଲାଙ୍କ ସହିତ ଭାରତ ଆସିଥିବା ସୀମା ହାଇଦର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଭାରତୀୟ ଯୁବକ ସଚିନ୍ ମୀନାଙ୍କ ପ୍ରେମରେ ପଡ଼ି ଭାରତ ଆସିବା ପରେ ତାଙ୍କୁ ବିବାହ କରି ନୋ‌ଏଡାରେ ତାଙ୍କ ସହ ରହିଥିଲେ ସୀମା। ହେଲେ ଏବେ ଦୁହିଁଙ୍କ ମଧ୍ୟରେ କିଛି ଠିକ୍ ନଥିବା ସାମ୍ନାକୁ ଆସିଛି। ସୀମାଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କ ଆଖି ଓ ଓଠ ଫୁଲିଥିବା ଦେଖିବାକୁ ମିଳିଛି। ଭିଡିଓ ଦେଖିଲେ ଜଣାପଡ଼ୁଛି ଯେମିତି କେହି ଜଣେ ତାଙ୍କୁ ମାଡ଼ ମାରିଛନ୍ତି।

ଏହି ଭିଡିଓ ଭାଇରାଲ ହେବା ପରେ ସଚିନ୍, ସୀମାଙ୍କୁ ମାଡ଼ ମାରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ଏବେ ଏସବୁ ନକଲି ବୋଲି କହିଛନ୍ତି ସୀମା। ସୀମାଙ୍କ ଓକିଲ ଏପି ସିଂହ କହିଛନ୍ତି ଯେ, ପାକିସ୍ତାନୀ ୟୁଟ୍ୟୁବର ଏଆଇ ଟୁଲ୍ ବ୍ୟବହାର କରି ସୀମାଙ୍କର ଏଭଳି ଭିଡିଓ ଭାଇରାଲ କରିଛନ୍ତି। ଭିଡିଓରେ କୌଣସି ସତ୍ୟତା ନାହିଁ।

ଅନ୍ୟପକ୍ଷରେ ସୀମା କହିଛନ୍ତି, ରମଜାନ ମାସରେ ବି ପାକିସ୍ତାନୀ ନିଉଜ୍ ଚ୍ୟାନେଲରେ ମିଛ ଖବର ପ୍ରସାର କରାଯାଉଛି। ସେମାନେ ଜାଣିନାହାନ୍ତି ଯେ, ମୁଁ ଯୋଗୀଜୀଙ୍କ ରାଜ୍ୟରେ ରହୁଛି।  ତାଙ୍କ ରାଜ୍ୟରେ କୌଣସି ମହିଳା ଦୁଃଖୀ ରହିପାରିବେ ନାହିଁ।

ସମ୍ବନ୍ଧିତ ଖବର