ଅଜିତ ମିଛ କହୁଛନ୍ତି, ବିଜେପି ସହିତ ଆମର କୌଣସି ମେଣ୍ଟ ହୋଇନାହିଁ : ଶରଦ ପାଓ୍ଵାର

ମୁମ୍ବାଇ : ବିଜେପି ସହ ଏନସିପି ମେଣ୍ଟ କରିଥିବା ଅଜିତ ପାଓ୍ଵାର ଦାବି କରିଥିବାବେଳେ ତୁରନ୍ତ ତାହାକୁ ଖଣ୍ଡନ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ଵାର । ଏକ ଟ୍ଵିଟ କରି ସେ ଲେଖିଛନ୍ତି ଯେ ବିଜେପି ସହିତ ମେଣ୍ଟ କରିବାର କୌଣସି ସମ୍ଭାବନା ନାହିଁ । ଶିବସେନା ଓ କଂଗ୍ରେସ ସହ ମେଣ୍ଟ କରିବାକୁ ଏନସିପି ନିଷ୍ପତ୍ତି ନେଇଛି । ଅଜିତ ପାଓ୍ଵାରଙ୍କ ବକ୍ତବ୍ୟ ମିଛ ଓ ଏହା ଲୋକମାନଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି ।
କିଛି ସମୟ ପୂର୍ବେ ଅଜିତ ସେ କହିଛନ୍ତି ଯେ ମୁଁ ଏବେ ବି ଏନସିପିରେ ଅଛି ଓ ଶରଦ ସାହେବ ମୋର ନେତା । ବିଜେପି-ଏନସିପି ମେଣ୍ଟ ମହାରାଷ୍ଟ୍ରରେ ଆସନ୍ତା ୫ ବର୍ଷ ପାଇଁ ଏକ ସ୍ଥାୟୀ ସରକାର ଦେବ ଓ ରାଜ୍ୟ ଓ ଲୋକମାନଙ୍କ ମଙ୍ଗଳ ପାଇଁ କାମ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ “ବ୍ୟସ୍ତ ହେବାର କିଛି ନାହିଁ, ସବୁଠିକ ଅଛି । ତେବେ ଟିକିଏ ଧୈର୍ଯ୍ୟ ଧର । ଆପଣମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ।”

ସମ୍ବନ୍ଧିତ ଖବର