ଚାକିରି ଦେଉଛି ମୋବାଇଲ ଆପ୍ ! ଦିନକୁ ଖର୍ଚ୍ଚ ମାତ୍ର ଟଙ୍କାଏ, ବସ୍ତିର ଝୁମ୍ପୁଡ଼ି ଘରୁ କମାଲ କଲେ ଉଦୟ…

ମୁମ୍ବାଇ: ଦେଶରେ ବୃଦ୍ଧି ପାଉଛି ଚାକିରି ଆଶାୟୀଙ୍କ ସଂଖ୍ୟା । ଚାକିରି ଖୋଜିବା ପାଇଁ ପ୍ରାର୍ଥୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରିପୋର୍ଟ ଅନୁଯାୟୀ, ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ଏକ ତଥ୍ୟ ପ୍ରକାଶିତ ହୋଇଛି । ଡିସେମ୍ବର ୨୦୨୧ ସୁଦ୍ଧା ଭାରତରେ ବେକାରଙ୍କ ସଂଖ୍ୟା ୫.୩ କୋଟିରେ ପହଞ୍ଚିଛି । ଏଥିମଧ୍ୟରୁ ମହିଳାଙ୍କ ସଂଖ୍ୟା ହେଉଛି ୧.୭ କୋଟି ଏବଂ କରୋନା ଅବଧି ପରେ ବେକାରୀ ସମସ୍ୟା ଆହୁରି ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ବସ୍ତିର ଏକ ଝୁମ୍ପୁଡି ଘରେ ରହୁଥିବା ଉଦୟ ନାମକ ବ୍ୟକ୍ତି ଏକ କରିଛନ୍ତି ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି । ଏହା ସାହାଯ୍ୟରେ ମାତ୍ର ଟଙ୍କାଟିଏ ଖର୍ଚ୍ଚ କରି ଲୋକମାନେ ନିଜର ଯୋଗ୍ୟତା ଅନୁଯାୟୀ କିପରି ସହଜରେ ଚାକିରି ପାଇପାରିବେ, ସେହି ସମସ୍ୟାର ସମାଧାନ ପାଇଁ ବାଟ ଦେଖାଇଛନ୍ତି ଉଦୟ ପାୱାର ।

ବାସ୍ତବରେ, ଉଦୟ ପାୱାର ଯେଉଁ ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି, ତାର ନାମ ହେଉଛି  ‘ଟିଙ୍ଗ୍ ଟୋଙ୍ଗ୍’ । ଏହି ଆପ୍ ଜରିଆରେ ଆପଣ ନିକଟସ୍ଥ ହସ୍ପିଟାଲ୍, ପ୍ଲମ୍ବିଂଷ୍ଟୋର, ଇଲେକ୍ଟ୍ରିକାଲ୍ କମ୍ପାନି, ଓକିଲାତି, ଚାଟାର୍ଡ ଆକାଉଣ୍ଟାନ୍ସି ଭଳି ଅନେକ ବୃତ୍ତିର ଚାକିରି ବିଷୟରେ ସୂଚନା ପାଇବେ । ଯେଉଁଥିରେ ମାତ୍ର ଏକ ଟଙ୍କା ଖର୍ଚ୍ଚ କଲେ ନିଜର ଯୋଗ୍ୟତା ଅନୁଯାୟୀ ଚାକିରି ପାଇପାରିବେ । ତାଙ୍କର ବିଶ୍ୱାସ ଯେ, ଏହି ଆପ୍ ମାଧ୍ୟମରେ ଏସିଆର ସବୁଠୁ ବଡ ବସ୍ତି ମୁମ୍ବାଇର ଧାରାବୀରେ ରହୁଥବା କମ୍ ଶିକ୍ଷିତ ଏବଂ ବେକାର ଲୋକଙ୍କୁ ଚାକିରି ପାଇଁ ଭଲ ସୁଯୋଗ ମିଳିବ । ଚାକିରି ପାଇବାକୁ ଚାହୁଁଥିଲେ  ସେହି ଆପ୍ ଜରିଆରେ ଆବେଦନ କଲେ ଆପଣଙ୍କୁ ସାହାଯ୍ୟ ମିଳିବ।

‘ଟିଙ୍ଗ୍ ଟୋଙ୍ଗ୍’ ଆପ୍ ସାହାଯ୍ୟରେ ଅନେକ ବ୍ୟକ୍ତି ଘରୁ ଚାକିରି ପାଇଛନ୍ତି । ଉଦୟ ଯେଉଁ ପ୍ରକାରର ଆପ୍ ତିଆରି କରିଛନ୍ତି, ସମାନ ପ୍ରକାରର ଆପ୍ ବଡ଼ ବଡ଼ କମ୍ପାନୀଗୁଡ଼ିକରେ ମଧ୍ୟ ଅଛି । ଆପଣ ଯଦି ସେହି ଆପ୍ ମାଧ୍ୟମରେ କାମ ପାଇଥାନ୍ତି ତେବେ ବଡ଼ କମ୍ପାନିଗୁଡିକ କମିଶନ ନେଇଥାନ୍ତି ।  କିନ୍ତୁ ଉଦୟ ଯେଉଁ ଆପ୍ ତିଆରି କରିଛନ୍ତି ସେଥିରେ କୌଣସି ବି କମିସନ ଦେୟ ରଖିନାହାନ୍ତି ଏବଂ ପଞ୍ଜୀକରଣ ଫି ମଧ୍ୟ ବହୁତ କମ୍ ରହିଛନ୍ତି । ପ୍ରତିଦିନ ଗୋଟିଏ ଟଙ୍କା ଅର୍ଥାତ୍ ବାର୍ଷିକ କେବଳ ୩୬୫ ଟଙ୍କା ଦେବାକୁ ପଡ଼ିବ ଏବଂ ଆପଣ ଚାକିରି ବିଷୟରେ ସମସ୍ତ ସୂଚନା ପାଇପାରିବେ।

ସମ୍ବନ୍ଧିତ ଖବର