ବିଶ୍ବବିଦ୍ୟାଳୟ ଆଡ଼ମିସନରେ ସଂରକ୍ଷଣ ନିଷିଦ୍ଧ କଲେ ଆମେରିକା ସୁପ୍ରିମ୍‌କୋର୍ଟ

ୱାସିଂଟନ: ଆମେରିକା ସୁପ୍ରିମ୍‌କୋର୍ଟ ଗୁରୁବାର ବିଶ୍ବବିଦ୍ୟାଳୟଗୁଡ଼ିକରେ ଆଡ଼ମିସନ କ୍ଷେତ୍ରରେ ଜାତି-ଧର୍ମର ସଂରକ୍ଷଣକୁ ନିଷିଦ୍ଧ କରିଛନ୍ତି। ଏହାଦ୍ବାରା ଅନେକ ଦଶନ୍ଧି ଧରି ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ସୁବିଧା ପାଇ ଆସୁଥିବା ଆଫ୍ରିକୀୟ-ଆମେରିକୀୟ ଓ ଅନ୍ୟ ସଂଖ୍ୟାଲଘୁମାନଙ୍କର ସେହି ସୁବିଧା ପ୍ରତ୍ୟାହୃତ ହୋଇଯାଇଛି।

ଗର୍ଭପାତ ପାଇଁ ମହିଳାଙ୍କ ଅଧିକାରର ଗ୍ୟାରେଣ୍ଟି ହଟାଇବାର ବର୍ଷକ ପରେ କୋର୍ଟର ସଂଖ୍ୟାଗରିଷ୍ଠ ରକ୍ଷଣବାଦୀ ୧୯୬୦ ଦଶନ୍ଧିର ଲିବରାଲ ନୀତିର ଉଚ୍ଛେଦ ପାଇଁ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ଏହି ରାୟ ସପକ୍ଷରେ ୬ ରକ୍ଷଣବାଦୀ ଓ ବିପକ୍ଷରେ ୩ ଲିବରାଲ ମତ ଦେଇଥିଲେ। ପ୍ରଧାନବିଚାରପତି ଜନ ରବର୍ଟସ କହିଥିଲେ ଯେ, ଜାତି-ଧର୍ମ ଭେଦରେ କୌଣସି ସମ୍ପ୍ରଦାୟକୁ ଅଧିକ ସୁବିଧା ଦେବା ବା ପାତରଅନ୍ତର କରିବା ସମ୍ବିଧାନବିରୋଧୀ। ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଜ୍ଞାନ ଓ ଯୋଗ୍ୟତା ଅନୁସାରେ ଗ୍ରହଣ କରାଯିବା ଉଚିତ, ସେମାନଙ୍କ ଜାତି ବା ଧର୍ମ ଅନୁସାରେ ନୁହେଁ। କଳା, ଗୋରା ଓ ଜାତିଆଣ ଭେଦଭାବ ସର୍ବତ୍ର ବର୍ଜନୀୟ, ଶିକ୍ଷାକ୍ଷେତ୍ରରେ ବି ବୋଲି ପ୍ରଧାନବିଚାରପତି କହିଥିଲେ।

ସମ୍ବନ୍ଧିତ ଖବର