ରାତି ଅଧରେ ଦିଲ୍ଲୀରେ ପହଞ୍ଚିଲେ ବସୁନ୍ଧରା ରାଜେ; କହିଲେ ବୋହୂଙ୍କୁ ଦେଖିବାକୁ ଆସିଛି

ନୂଆଦିଲ୍ଲୀ: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦବୀ ନେଇ କଳ୍ପନାଜଳ୍ପନା ଚାଲିଥିବା ବ‌େଳେ ବୁଧବାର ରାତିରେ ଆସି ଦିଲ୍ଲୀରେ ପହଞ୍ଚିଥିବା ବସୁନ୍ଧରା ରାଜେ କହିଛନ୍ତି କି, ସେ ତାଙ୍କ ବୋହୂଙ୍କୁ ଦେଖିବାକୁ ଆସିଛନ୍ତି।

ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତାରେ ଥିବା ବସୁନ୍ଧରା ରାଜେ ଗତରାତିରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିବା ପରେ ବିମାନ ବନ୍ଦର ବାହାରେ ସାମ୍ବାଦିକମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଦିଲ୍ଲୀରେ ‘ବିଜେପି’ ହାଇକମାଣ୍ଡ୍‌ଙ୍କ ସହିତ ବୈଠକ ଅଛି କି, ବୋଲି ପଚାରିବାରୁ ତା’ର ଉତ୍ତର ଦେଇ ସ‌େ କହିଲେ, ମୋ ବୋହୂଙ୍କୁ ଦେଖିବା ଲାଗି ଦିଲ୍ଲୀ ଆସିଛି।

କିନ୍ତୁ, ‘ଇଣ୍ଡିଆ ଟୁଡେ’ ରିପୋର୍ଟ ଅନୁସାରେ, ଆଜି ସକାଳେ ‘ବିଜେପି’ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟିବା ପାଇଁ ବସୁନ୍ଧରା ସମୟ ମାଗିଛନ୍ତି। ତେଣୁ, ଆଜି ସେମାନେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପ୍ରସଙ୍ଗ ଆଲୋଚନା କରିପାରନ୍ତି।

Image Courtesy of ANI

ସୂଚନାଯୋଗ୍ୟ, ପୂର୍ବରୁ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇ ସାରିଥିବା ବସୁନ୍ଧରା ରାଜେ ଚଳିତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଆଶାୟୀମାନଙ୍କ ମଧ୍ୟରୁ ଅନ୍ୟତମ। ଚଳିତ ବିଧାନସଭା ନିର୍ବାଚନରେ ସେ ରାଜସ୍ଥାନର ଝାଲରାପାଟନ ଆସନରୁ ନିର୍ବାଚିତ ‌ହୋଇଛନ୍ତି।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅନ୍ୟ ଆଶାୟୀମାନେ ହେଉଛନ୍ତି, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ଅର୍ଜୁନ ମେଘୱାଲ, ସାଂସଦ ବାବା ବାଳକନାଥ ଓ ଦୀୟା କୁମାରୀ।

ସମ୍ବନ୍ଧିତ ଖବର