ସହଯାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବାରୁ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଠେଲିଦେଲେ ଯାତ୍ରୀ

କୋଲାକାତା: କମେଣ୍ଟ ମରାକୁ ନେଇ ମୁହାଁମୁହିଁ ହେଲେ ଦୁଇ ଯାତ୍ରୀ। ପରେ ବଚସା ଆରମ୍ଭ ହେବା ସହ ଜଣେ ଯୁବକ ଅନ୍ୟକୁ ଚଳନ୍ତା ଟ୍ରେନରୁ ଠେଲି ଦେଲେ। କିଛି ଏଭଳି ଘଟଣା ଘଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ରାତିରେ ବୀରଭମ୍ ଜିଲ୍ଲାର ତାରାପୀଠ ରୋଡ୍ ଏବଂ ରାମପୁରଗେଟ୍ ଷ୍ଟେସନ ମଧ୍ୟରେ ହାଓ୍ବଡା-ମାଲଦା ଟାଉନ୍ ଇଣ୍ଟରସିଟି ଏକ୍ସପ୍ରେସରେ ଏହି ଘଟଣା ଘଟିଥିଲା। ଏହି ମାମଲାରେ ଜିଆରପି ଜଣଙ୍କୁ ଗିରଫ କରିଛି ଏବଂ ଏଥିରେ ଆହୁରି କିଛି ଲୋକ ମଧ୍ୟ ସମ୍ପୃକ୍ତ ଥିବା ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଚଳନ୍ତା ଟ୍ରେନରୁ ଫିଙ୍ଗି ଦିଆଯାଇଥିବା ଯୁବକଙ୍କଜଣକ ସୈଜଲ ଶେଖ ବୋଲି ପୁଲିସ ଚିହ୍ନଟ କରିଛି। କୁହାଯାଉଛି ଯେ, ସୈଜଲ ଶେଖ ଟ୍ରେନରେ ଥିବା ଗୋଟିଏ ପରିବାର ଏବଂ କିଛି ମହିଳାଙ୍କୁ ଦୁର୍ବ୍ୟବହାର କରୁଥିଲେ। ଏନେଇ ବଚସା ହେବା ସହ ଜଣେ ଯାତ୍ରୀ ସୈଜଲ ଶେଖଙ୍କୁ ‌ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ।

ପୁଲିସର ସୂଚନା ମୁତାବକ, ଟ୍ରେନରେ ଚଢ଼ିବା ପରେ ସୈଜଲ ଶେଖ ଅନ୍ୟ ଯାତ୍ରୀଙ୍କ ସିଟରେ ଗୋଡ ରଖି ବସିଥିଲେ। ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ନିଜ ସହଯୋଗୀଙ୍କୁ ଫୋନ କରି ଧମକ ଦେବା ଆରମ୍ଭ କରିିଥିଲେ। ଏହାକୁ ବିରୋଧ କରି ଜଣେ ଯାତ୍ରୀ ଉଠି ତାଙ୍କୁ ଚୁପ ରହିବାକୁ କହିଥିଲେ। ହେଲେ ସୈଜଲ ଶେଖ କାହା କଥା ନଶୁଣି ଝଗଡ଼ା ଆରମ୍ଭ କରିଥିଲେ। ଏହାକୁ ଦେଖି ରାଗରେ ଯାତ୍ରୀଜଣକ ସୈଜଲ ଶେଖଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ। ପରେ ଆହତ ଅବସ୍ଥାରେ ସୈଜଲ ଶେଖଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି।

CVB News

ଅନ୍ୟପକ୍ଷରେ ଚିକିତ୍ସିତ ଥିବା ସୈଜଲ ଶେଖ କହିଛନ୍ତି ଯେ, ମୁଁ ଘରକୁ ଫେରୁଥିବା ବେଳେ ତିନି-ଚାରି ଜଣ ଲୋକ ଟ୍ରେନ୍ କମ୍ପାର୍ଟମେଣ୍ଟରେ ବସି ନିଜ ମଧ୍ୟରେ କଥା ହେଉଥିଲେ। ସେମାନେ ମହିଳା ଯାତ୍ରୀଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଉଥିଲେ। ସେମାନଙ୍କ ପାଖରେ ଏକ ପରିବାର ମଧ୍ୟ ବସିଥିଲେ, ତେଣୁ ମୁଁ ସେମାନଙ୍କୁ ସେପରି ଆଚରଣ ନକରିବାକୁ କହିଲି, ଯାହା ମୋର ଭୁଲ ଥିଲା। ଏଭଳି କହିବା ପରେ ଜଣେ ଯୁବକ ଆସି ମୋ ସହ ଝଗଡ଼ା କରିଥିଲେ ଏବଂ ପରେ ମୋତେ ଟ୍ରେନରୁ ଧକ୍କା ଦେଇଥିଲେ।

ସମ୍ବନ୍ଧିତ ଖବର