ସୀମାଙ୍କ ପାଇଁ ପ୍ରଥମ ପତ୍ନୀ ଓ ଦୁଇ ପିଲାଙ୍କୁ ପର କରି ଦେଇଥିଲେ ଗୁଲାମ ହାଇଦର୍‌

ଇସ୍‌ଲାମ୍‌ବାଦ୍‌: ‘ମୁଁ ତା’ ପାଇଁ ମୋ ପ୍ରଥମ ସ୍ତ୍ରୀ’କୁ ଛାଡ଼ିଲି ଆଉ ସେ ମୋତେ ଛାଡ଼ି ପଳାଇଲା’। ଏହି କଥା ଆମ‌େ କହୁନୁ, କହୁଛନ୍ତି ପାକିସ୍ତାନରୁ ବେନିୟମ୍‌ ଭାବେ ସୀମା ପାର୍‌ କରି ଭାରତକୁ ଆସିଥିବା ସୀମା ହାଇଦରଙ୍କ ସ୍ବାମୀ ଗୁଲାମ୍‌ ହାଇଦର୍‌। ସୀମା ତାଙ୍କ ହିନ୍ଦୁସ୍ତାନୀ ପ୍ରେମିକ ସଚିନଙ୍କ ପାଇଁ ପାକିସ୍ତାନ ଛାଡ଼ି ଭାରତ ଆସିବା ପରେ ତାଙ୍କୁ ଫେରାଇ ନେବାକୁ ଗଣମାଧ୍ୟମ ଜରିଆରେ ଲଗାତର ପ୍ରୟାସ କରି ଚାଲିଛନ୍ତି ଗୁଲାମ। ଗୁଲାମଙ୍କର ଗୋଟାଏ ପରେ ଗୋଟାଏ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚାଲିଛି।

ଗୁଲାମ ସୀମାଙ୍କ ବିଷୟରେ କହୁଥିବା ବେଳେ ଅନେକ ସମୟରେ କାନ୍ଦି ପକାଉଥିବାର ଦେଖିବାକୁ ମିଳିଛି। ଗୁଲାମଙ୍କ କହିବା କଥା ଏକ ରଙ୍ଗ୍‌ ନମ୍ବରରୁ ତାଙ୍କର ଓ ସୀମାଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ସେ ୨୦୧୪ ମସିହାରେ ଏକ ଭୁଲ୍‌ ନମ୍ବର ଲଗାଇ ଦେଇଥିଲେ। ଫଳରେ କଲ୍‌ ପଳାଇଥିଲା ସୀମାଙ୍କ‌ ଫୋନ୍‌କୁ। ସେଇଠୁ ଆରମ୍ଭ ହୋଇଥିଲା ଗୁଲାମ୍‌ ଓ ସୀମାଙ୍କ ପ୍ରେମ କାହାଣୀ।

ସୀମାଙ୍କୁ ପ୍ରଥମରୁ ଜଣାଥିଲା ଗୁଲାମ ବିବାହିତ ଏବଂ ତାଙ୍କର ଦୁଇ ପିଲା ଅଛନ୍ତି। ତା’ପରେ ବି ସେ ତାଙ୍କୁ ପ୍ରେମ କରିବସିଲେ। ସେମାନଙ୍କ ପ୍ରେମ ସଂପର୍କ ବିଷୟରେ ଯେତେବେଳେ ଦୁଇ ପରିବାରକୁ ଜଣାପଡ଼ିଲା ତ ସମସ୍ତେ ବିରୋଧ କରିଥିଲେ। ହେଲେ ସୀମା ଗୁଲାମଙ୍କୁ ବିବାହ କରିବା ପାଇଁ ଘର ଛାଡ଼ି ଗୁଲାମଙ୍କ ସହ ପଳାଇ ଆସିଥିଲେ।

ଏପରି ଏକ କାହାଣୀ ଗୁଲାମ କହୁଥିବା ବେଳେ ଏହାକୁ ଅସ୍ବୀକାର କରିଛନ୍ତି ସୀମା ହାଇଦର୍‌। ‌ତାଙ୍କର ପ୍ରେମ ବିବାହ ହୋଇନଥିଲା, ବରଂ ପରିବାର ଲୋକଙ୍କ ଚାପରେ ଆସି ସେ ହାଇଦର୍‌ଙ୍କୁ ବିବାହ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର