ମହିଳାଙ୍କୁ ଗର୍ଭପାତର ଅଧିକାର: ସମ୍ବିଧାନରେ ଅଧିକାର ସାମିଲ କରିବେ ଫ୍ରାନ୍ସ ସରକାର

ପ୍ୟାରିସ: ଫ୍ରାନ୍ସ ସରକାର ଗର୍ଭପାତ ଅଧିକାର ସମ୍ବିଧାନରେ ସାମିଲ କରିବାର ଯୋଜନାକରିଛନ୍ତି। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ସୋମବାର ସରକାର ନି‌ଷ୍ପତ୍ତି ନ‌େବେ। ଯଦି ସରକାର ଏହି ବିଲ୍ ସପକ୍ଷରେ ନିଷ୍ପତ୍ତି ନିଅନ୍ତି ତେବେ ଏହା କରିବାରେ ଫ୍ରାନ୍ସ ବିଶ୍ବର ପ୍ରଥମ ଦେଶ ହେବ। ଏଥିପାଇଁ ସଂସଦର ଉଭୟ ସଦନରେ କଂ‌ଗ୍ରେସକୁ ୩:୫ ଅନୁପାତ ବହୁମତର ଆବଶ୍ୟକତା ରହିଛି।

ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋନ ଗତ ବର୍ଷ ଏହି ଅଧିକାରକୁ ସମ୍ବିଧାନର ଅଂଶ ବିଶେଷ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ୧୯୭୫ଠାରୁ ଏହା ଫ୍ରାନ୍ସରେ ଆଇନଗତ ଅଧିକାର ରହିଥିଲା। ୨୦୨୨ରେ ଏହି ଅଧିକାରକୁ ବଦଳାଇ ଦିଆଯାଇଥିଲା। ଏହା ଉପରେ ଦେଶରେ ପ୍ରତିବନ୍ଧ ଲାଗୁ କରାଯାଇଥିଲା।
ଜାତୀୟ ଆସେମ୍ବ୍ଲିରେ ୨୦୨୪ ଜାନୁଆରୀରେ ଗର୍ଭପାତ ସ୍ବତନ୍ତ୍ରତା ଗ୍ୟାରେଣ୍ଟିକୁ ସମ୍ବିଧାନରେ ସାମିଲ କରିବା ଲାଗି ବହୁମତ ଭାବେ ଅନୁମତି ମିଳିଥିଲା।

୧୯୭୫ରେ ସେଣ୍ଟର ଫର୍ ରିପ୍ରଡକ୍ଟିଭ୍ ରାଇଟସକୁ ନେଇ ଡାକ୍ତରମାନେ କହିଥିଲେ ଏହା କେବଳ ଫ୍ରାନ୍ସରେ ନୁହେଁ ସମଗ୍ର ବିଶ୍ବରେ ଲାଗୁ ହେବା ଆବଶ୍ୟକ।
ଦେଶର ୯୬ ପ୍ରତିଶତ ଲୋକ ଏହାର ସପକ୍ଷରେ ଅଛନ୍ତି। ୨୦୨୨ ନଭେମ୍ବରରେ ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଥିଲା। ଲୋକେ ଏହି ଆଇନକୁ ସମର୍ଥନ କରିବା ସହିତ ମହିଳାଙ୍କ ଅଧିକାରର ସଶକ୍ତି କରଣ କରିବା ନେଇ ମତପୋଷଣ କରୁଛନ୍ତି।

ଲେଫ୍ଟ ୱିଙ୍ଗ୍ ନେତାମାନେ ଏହାକୁ ସମର୍ଥନ କରୁଥିବାବେଳେ ରାଇଟ ୱିଙ୍ଗ୍ ନେତାମାନେ କହିଛନ୍ତି ଏହାକୁ ସମର୍ଥନ କରିବା ନେଇ ସେମାନେ ଚାପରେ ଅଛନ୍ତି।

ସମ୍ବନ୍ଧିତ ଖବର