ଆପଣ ଭୁଲ୍‌ କହିଲେ: ରୁଷ୍‌ ସର୍ବୋତ୍ତମ ଦେଶ ନୁହେଁ ବୋଲି କହିଥିବା ସରକାରୀ ଅଧିକାରୀଙ୍କୁ ଗାଳି ଦେଲେ ଭ୍ଲାଦିମିର୍‌ ପୁଟିନ୍‌

ମସ୍କୋ: ନିକଟ ଅତୀତରେ ଆୟୋଜିତ ଏକ ସଭାରେ ରୁଷ୍‌ ବିଶ୍ବରେ ସର୍ବୋତ୍ତମ ଦେଶ ନୁହେଁ ବୋଲି କହିଥିବା ଜଣେ କ୍ରେମ୍‌ଲିନ୍‌ ଅଧିକାରୀଙ୍କୁ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କଡ଼ା ଭାଷାରେ ଗାଳି ଦେଇଛନ୍ତି।

ଇଂଗ୍ରାଜୀ ସବ୍‌ଟାଇଟଲ୍‌ ଥାଇ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରାଯାଇଥିବା ଗୋଟାଏ ଭିଡିଓରେ ଦେଖାଯାଉଛି, କ୍ରେମ୍‌ଲିନ୍‌ର ‘ଏଜେନ୍‌ସି ଫର୍‌ ଷ୍ଟ୍ରାଟେଜିକ୍‌ ଇନିସିଏଟିଭ୍‌’ର (ଏଏସ୍‌ଆଇ) ମୁଖ୍ୟ ରବର୍ଟ ଉରାଜୋଭ୍‌ ମତ ଦେଉଛନ୍ତି ଯେ, ବିଶ୍ବରେ ଅନ୍ୟ ଦେଶ ସବୁ ସର୍ବୋତ୍ତମ।

ଏ କଥା ଶୁଣି ପୁଟିନ୍‌ କହୁଛନ୍ତି, ଏବେ ଆପଣ ଯାହା କହିଲେ, ତାହା ହେଲା: ଅନ୍ୟ ଦେଶମାନଙ୍କରେ, ବିଶ୍ବରେ ସର୍ବୋତ୍ତମ। ତା’‌ପରେ ଆପଣ ସେମିତି କହି ଚାଲିଲେ। କିନ୍ତୁ, ବିଶ୍ବରେ ସର୍ବୋତ୍ତମ ଦେଶ ହେଉଛି ରୁଷ୍‌। ମୋର ମନେହୁଏ, ଆପଣ ଭୁଲ୍‌ରେ ଏମିତି କହିପକାଇଲେ।

Image Grabbed From the Video

ଏହି ଭିଡିଓଟିକୁ ସେୟାର୍‌ କରିଛନ୍ତି ୟୁକ୍ରେନ୍‌ର ଅଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ଅନ୍ୟତମ ପରାମର୍ଶଦାତା ଅଣ୍ଟୋନ୍‌ ଗେରାସ୍‌ଚେଙ୍କୋ। ଏହି ଭିଡିଓ ଶେଷ ହୋଇ ଆସିଲା ବେଳକୁ ଉରାଜୋଭ୍‌ ସାମାନ୍ୟ ଡରିଗଲା ଭଳି ହସୁଛନ୍ତି।

‘ନିଉଜ୍‌ୱିକ୍‌’ ରିପୋର୍ଟ ଅନୁସାରେ, ପୂର୍ବରୁ କ୍ରେମ୍‌ଲିନ୍‌ କହିଥିଲା ଯେ, ପୁଟିନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ଉଦ୍ଦେଶ୍ୟ ହେଉଛି ରୁଷୀୟ କମ୍ପାନିଗୁଡ଼ିକ ନିମନ୍ତେ ଦେଶୀୟ ବଜାର ସୁଦୃଢ଼ କରିବା।

ସମ୍ବନ୍ଧିତ ଖବର