ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟକାରୀ କରିବେ। ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାରିବ। କୌଣସି ସମାଜସେବା ସଂସ୍ଥା ସହ କାମ କରିବାର ଅବସର ପାଇବେ।

ବୃଷ: ଅଫିସର ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିପାରେ। ସରକାରୀ କାମରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ।

ମିଥୁନ: ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ଆପଣଙ୍କର ସଚ୍ଚୋଟତାର ପ୍ରଶଂସା ହେବ। ‌ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

କର୍କଟ: ଫିଲ୍ମ କ୍ଷେତ୍ରରେ ସଂଘର୍ଷ କରୁଥିବା ନିର୍ଦେଶକ ଓ କଳାକାରଙ୍କୁ ବଡ଼ ସୁଯୋଗ ମିଳିବ। ଆତ୍ମବିଶ୍ବାସ ସୁଦୃଢ଼ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ। ‌

ସିଂହ: ଆପଣ ଯେଉଁ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସଫଳ ହେବାରେ ସମୟ ଲାଗିବ। ବନ୍ଧୁର ସାହାଯ୍ୟ ନେବାକୁ ପଡ଼ିପାରେ। ଗୃହିଣୀମାନେ ନୂଆ ବ୍ୟଞ୍ଜନ ତିଆରି କରିବେ।

କନ୍ୟା: କୌଣସି କ‌ାମ ତରବରିଆ ଭାବେ କରନ୍ତୁ ନାହିଁ। କୋର୍ଟ ମାମଲାର ଫଇସଲା ଆପଣଙ୍କ ଆଶାର ବିପରୀତ ଆସିପାରେ। ଇଂଜିନିଅର ଛାତ୍ରଙ୍କ ଲାଗି ଭଲ ଦିନଟିଏ।

ତୁଳା: ଆପଣଙ୍କର ସବୁ ଇଚ୍ଛା ପୂରା ହେବ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଯାନ ସାବଧାନତାର ସହ ଚଳାନ୍ତୁ।

ବିଛା: ଆପଣଙ୍କ ପାଖକୁ ଯେଉଁ ଦାୟିତ୍ବ ଆସିବ ତାକୁ ସହଜରେ ପୂରା କରିପାରିବେ। ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ଲେଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ।

ଧନୁ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଖଳ ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଜୀବନସାଥୀ ଭଲ ଖବର ଦେବେ। ଛୋଟ ଭଉଣୀର ଲେଖାପଢ଼ାରେ ସାହାଯ୍ୟ କରିବେ।


ମକର: ସମ୍ବନ୍ଧରେ ଲାଗି ରହିଥିବା ମତଭେଦ ଦୂର ହେବ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ଭରସାଯୋଗ୍ୟ ବନ୍ଧୁର ପରାମର୍ଶ କାମରେ ଆସିବ।

କୁମ୍ଭ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଦୀର୍ଘ ଦିନର ଅଧୁରା କାମ ସଂପୂର୍ଣ୍ଣ କରିବେ। ପରିବାରରେ ଆପଣଙ୍କୁ ନୂଆ ଦାୟିତ୍ବ ମିଳିବ।

ମୀନ: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ପରିବାରରେ ସମସ୍ତଙ୍କର ଇଚ୍ଛା ପୂରା କରିବାରେ ସଫଳ ହେବେ।

ସମ୍ବନ୍ଧିତ ଖବର