ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ବାପାମାଆଙ୍କ ଆଶୀର୍ବାଦ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ। ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଆପଣଙ୍କର କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ।

 

ବୃଷ: କାହାରିକୁ ବନ୍ଧୁଭାବେ ଗ୍ରହଣ କରିବା ପୂର୍ବରୁ ତାଙ୍କ ସମ୍ବନ୍ଧରେ ଭଲଭାବେ ଜାଣି ନିଅନ୍ତୁ। ଘର ପାଇଁ ଦାମିକା ଜିନିଷ କିଣି ପାରନ୍ତି। ସନ୍ତାନ ପ୍ରତି ବିଶ୍ବାସ ବଢ଼ିବ।

ମିଥୁନ: ସବୁ କାମ ନିର୍ଦ୍ଧ‌ାରିତ ସମୟ ମଧ୍ୟରେ ସରିବ। ମନର ସଂଶୟ ସଂପର୍କୀୟଙ୍କୁ ଜଣାନ୍ତୁ, ସବୁ ଠିକ୍ ହୋଇଯିବ। ପରିବାରରେ ସଭିଙ୍କ ସହ ସାମଞ୍ଜସ୍ୟ ବଜାୟ ରହିବ।

କର୍କଟ: ନିଜର ସ୍ବଭାବରେ ଟିକେ ପରିବର୍ତ୍ତନ ଆଣନ୍ତୁ। କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ବୃଦ୍ଧି ହେବ। ପରିବାରରେ ଖୁସିର ଆଗମନ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ସିଂହ: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। କାର୍ଯ୍ୟ ବ୍ୟସ୍ତତାରେ ରହିବା ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। ଆପଣଙ୍କ ଲାଗି ଭଲ କଂପାନିରେ ଚାକିରିର ସୁଯୋଗ ଆସିବ।

କନ୍ୟା: ସୋସିଆଲ ମିଡିଆରେ କିଛି ଲୋକଙ୍କୁ ଆପଣଙ୍କ ବନ୍ଧୁ ତାଲିକାରେ ଯୋଡ଼ିବେ। ରୋଜଗାରର ଉଚିତ ଅବସର ପାଇବେ। ବେପାରରେ ଉନ୍ନତି ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।

 

ତୁଳା: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଚାକିରିରେ ଉନ୍ନତି ଯୋଗ ରହିଛି। ଘରେ ଲାଗିରହିଥିବା ସମସ୍ୟାର ସମାଧାନ ବାହାରିବ। ଆପଣଙ୍କ ବ୍ୟବହାରକୁ ପଡ଼ୋଶୀ ପ୍ରଶଂସା କରିବେ।

ବିଛା: ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ବେପାର ଦିଗୁଣା ବୃଦ୍ଧି ହେବ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

 

ଧନୁ: ବାକିଥିବା କାମ ପୂରା କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ହେବ। ଭୂସଂପତ୍ତିରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ।

 

ମକର: ପରିଶ୍ରମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ପ୍ରସନ୍ନ ରହିବେ। ଜୀବନସାଥୀଙ୍କୁ ଦାମିକା ଉପହାର ଦେବେ। ପାରିବାରିକ ଜୀବନ ସୁଖକର ହେବ।

 

କୁମ୍ଭ: ଅଫିସରେ କୌଣସି କଥା ନେଇ କର୍ତ୍ତୃପକ୍ଷଙ୍କ ଠାରୁ ଦୁର୍ବ୍ୟବହାର ପାଇବେ। ପ୍ରିୟଜନଙ୍କ ସହ ସମୟ କାଟିବା ପାଇଁ ଯୋଜନା କରିବେ। ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ।

ମୀନ: ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ପାରିବରିକ ଜୀବନ ସୁଖଦ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ।

ସମ୍ବନ୍ଧିତ ଖବର