ଜାଣନ୍ତୁ ଆଜିର ରାଶିଫଳ

ମେଷ: ବେପାରରେ ଲାଭ ପାଇବେ। ଚାକିରିରେ ପଦୋନ୍ନତି ଯୋଗ ଅଛି। ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ବିଶିଷ୍ଟ ବ୍ୟକ୍ତିଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। ‌

ବୃଷ: ଶିକ୍ଷଣ ସଂସ୍ଥାରେ ଥିବା ଲୋକଙ୍କୁ ଲାଭ ମିଳିବ। ବ୍ୟବସାୟ ସମ୍ମିଳନୀରେ ଆପଣଙ୍କ କଥା ରଖିବେ। ରାଜନୀତିରେ ଥିବା ଲୋକ ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି।

ମିଥୁନ: କାମରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଲାଭ ଦେବ। ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ପାରିବାରିକ ସମ୍ବନ୍ଧ ଆହୁରି ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

କର୍କଟ: ଦିନଟି ଅନ୍ୟମାନଙ୍କ ସେବା ସତ୍କାରରେ ବିତିବ। ଲୋକେ ଆପଣଙ୍କ ପ୍ରତି ଯଥେଷ୍ଟ ପ୍ରଭାବିତ ହେବେ। ସରକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ପୂରା ସହଯୋଗ ମିଳିବ।

ସିଂହ: କାମ ପାଇଁ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଜୀବନସାଥୀଙ୍କ ସହଯୋଗ ପାଇଁ ଉତ୍ସାହ ବଢ଼ିବ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ।

କନ୍ୟା: କ୍ୟାରିୟରକୁ ନେଇ ଗହନ ଚିନ୍ତାରେ ରହିବେ। କୌଣସି ବି କାମ ମନ ଲଗାଇ କରନ୍ତୁ, ସଫଳତା ପାଇବେ। ପାରିବାରିକ ସୁଖ ବୃଦ୍ଧି ହେବ। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ତୁଳା: ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ବକେୟା ଅର୍ଥ ପାଇବେ। ଘରକୁ ବନ୍ଧୁଙ୍କ ଯିବାଆସିବା ଲାଗି ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ବିଛା: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାରର ସମାବେଶ ହେବ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଭ୍ରମଣ ସୁଖଦ ରହିବ। ଖେଳାଳିମାନଙ୍କ ଲାଗି ଭଲ ଦିନଟିଏ।

ଧନୁ: ବଡ଼ ଅଧିକାରୀଙ୍କ ସହ ଭଲ ସମ୍ବନ୍ଧ ରଖନ୍ତୁ। କ୍ୟାରିୟରରେ ଉନ୍ନତିର ଯୋଗ ଅଛି। ଜମି ସମ୍ବନ୍ଧରେ ଖୁସି ଖବର ପାଇବେ। ପୂର୍ବରୁ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ।

ମକର: ବ୍ୟବସାୟରେ ସଫଳତା ପାଇବେ। ପ୍ରତ୍ୟେକ ଲୋକ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ଆଇନ ଛାତ୍ର ନିଜ ସମୟ ସଦୁପଯୋଗ କରନ୍ତୁ।

କୁମ୍ଭ: କୌଣସି କାମରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ପରିବାରରେ ସୁଖଦ ବାତାବରଣ ରହିବ। ବ୍ୟବସାୟରେ ଉନ୍ନତି ହେବ।

ମୀନ: ଆପଣଙ୍କର ସବୁ କଷ୍ଟ ଦୂର ହେବ। ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। କାମରେ ଭାଇଭଉଣୀଙ୍କ ସହଯୋଗ ପାଇବେ। ପାଠପଢ଼ାରେ ଲାଗି ରହିଥିବା ବାଧା ଦୂର ହେବ।

ସମ୍ବନ୍ଧିତ ଖବର