ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟ କାମରେ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।

ବୃଷ: ବାପାଙ୍କ ପ୍ରଦର୍ଶିତ ମାର୍ଗରେ ଆଗକୁ ବଢ଼ିଲେ ସଫଳତା ପାଇବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ।

ମିଥୁନ: ଭାଗୀଦାରିରେ କୌଣସି କାରବାର ଆରମ୍ଭ କରିପାରନ୍ତି। ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଭଲ ଲୋକଙ୍କ ସଙ୍ଗତିରୁ କିଛି ଶିକ୍ଷା ଲାଭ କରିବେ।

କର୍କଟ: ନିଜର ସଉକ ପୂରା କରିବା ପାଇଁ ଯଥେଷ୍ଟ ସମୟ ମିଳିବ। ବେପାରୀଙ୍କ ଲାଗି ଦିନଟି ଭଲ। ସାମାଜିକ ଗଣମାଧ୍ୟମ ଜରିଆରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।

ସିଂହ: ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ନିୟନ୍ତ୍ରଣ କରିନେବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଦାମ୍ପତ୍ୟ ଜୀବନରେ ସୁଖ ବଜାୟ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

କନ୍ୟା: ଆପଣଙ୍କ ସଚ୍ଚୋଟତା ପାଇଁ କର୍ତ୍ତୃପକ୍ଷ ଦରମା ବୃଦ୍ଧି କରିବେ। ଶତ୍ରୁ ଆପଣଙ୍କ ଠାରୁ ଦୂରରେ ରହିବେ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ।

ତୁଳା: ସିମେଣ୍ଟ ବ୍ୟବସାୟୀଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଚାକିରିଆଙ୍କୁ ମନ ମୁତାବକ କାମ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।‌

ବିଛା: ପୂଜ‌ାପାଠରେ ସମୟ ବିତିବ। ଧର୍ମ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ। ପାରିବାରିକ ଜୀବନରେ ଭଲ ପରିବର୍ତ୍ତନ ହେବ। କୌଣସି ପ୍ରିୟ ବ୍ୟକ୍ତି ଆପଣଙ୍କୁ ଭେଟିବାକୁ ଆସିବେ।

ଧନୁ: ବିବାଦ ଠାରୁ ଦୂରରେ ରୁହନ୍ତୁ। ନିଜର ସ୍ବଭାବ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ମକର: ସକାରାତ୍ମକ ଭାବନାରେ ପୂର୍ଣ୍ଣ ରହିବେ। ନିଜର ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁ ନାହିଁ। ଭାଇ ମାଧ୍ୟମରେ ଧନଲାଭର ସମ୍ଭାବନା ଅଛି। ଜୀବନସାଥୀ ବ୍ୟବହାର ବଦଳାଇବେ।

କୁମ୍ଭ: ବଡ଼ଙ୍କର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ସରକାରୀ ଚାକିରିଆ କାମରେ ଅଧିକ ଧ୍ୟାନ ଦିଅନ୍ତୁ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।

ମୀନ: ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଯଥେଷ୍ଟ ସୁଦୃଢ଼ ହେବ। ଶତ୍ରୁ ଓ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ଜୀବନସାଥୀଙ୍କ ଠାରୁ ଭଲ ଖବର ପାଇବେ।

ସମ୍ବନ୍ଧିତ ଖବର