ରାଜଧାନୀରେ ଧରାପଡ଼ିଲା ତିନିଜଣିଆ ଲୁଟେରା ଗ୍ୟାଙ୍ଗ: ୪୦ ଗ୍ରାମ ସୁନା ଅଳଙ୍କାର ସମେତ ବହୁ ସାମଗ୍ରୀ ଜବତ

ଭୁବନେଶ୍ବର: ରାଜଧାନୀରେ ତିନିଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିନରେଟ୍ ପୁଲିସ। ସେମାନଙ୍କଠାରୁ ୪୦ ଗ୍ରାମ ସୁନା ଅଳଙ୍କାର ସମେତ ବହୁ ସାମଗ୍ରୀ ଜବତ କରାଯାଇଛି। ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ସ୍ଥାନରେ ଲୁଟ କରିବା ପୂର୍ବରୁ ଏମାନେ ପ୍ରଥମେ ରେକି କରନ୍ତି ।

ଗିରଫ କରିବା ପରେ ପୁଲିସ ଏମାନଙ୍କ ନିକଟରୁ ଦୁଇଟି ଦାମୀ ଗାଡ଼ି, ୪୦ ଗ୍ରାମ ସୁନା ଅଳଙ୍କାର, ଏଲସିଡି ଟିଭି, ଲାପଟପ, ସାମସଙ୍ଗ ଟ୍ୟାବ, ମୋବାଇଲ ଫୋନ୍, ସାଉଣ୍ଡ ବକ୍ସ, ଘଣ୍ଟା ଜବତ ହୋଇଛି । ନିକଟରେ ୟୁନିଟ୍ ୬ ଆଇଭିଆର ୨୧୯ରୁ ଲୁଟ୍ ହୋଇଥିଲା । ବିଧାନସଭା ଏଏସଓ ପ୍ରଣବ ପଣ୍ଡାଙ୍କ ଘରୁ ଲୁଟ୍ ହୋଇଥିଲା । ରଥଯାତ୍ରା ଦେଖିବାକୁ ଯାଇଥିବା ବେଳେ ଏହି ତିନିଜଣିଆ ଲୁଟେରା ଗ୍ୟାଙ୍ଗ ଲୁଟ୍ କରିଥିଲେ।

ସମ୍ବନ୍ଧିତ ଖବର