ରୋଟାରି କ୍ଲବ ଭୁବନେଶ୍ବର ୟୁନିକ୍‌ର ଅଧିଷ୍ଠାନ ଦିବସ

ଭୁବନେଶ୍ୱର: ରୋଟାରି କ୍ଲବ ଭୁବନେଶ୍ୱର ୟୁନିକ୍‌ର ଅଧିଷ୍ଠାନ ଦିବସ ସ୍ଥାନୀୟ ଆଙ୍ଗନ୍ କନ୍‌ଭେସନ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ପାଇଁ କ୍ଲବର ନୂତନ ସଭାପତି ଆର୍ଯ୍ୟ କୁମାରୀ ପାଣିଗ୍ରାହୀ ଓ ସଂପାଦକ ଭାବରେ ସଂଘମିତ୍ରା ରଥଙ୍କୁ ପ୍ରାକ୍ତନ ସଭାପତି ନିରଜ ନୟନ ଦତ୍ତ ଏବଂ ସଂପାଦକ ସୀମା ଅଗ୍ରୱାଲ୍ ସ୍ବାଗତ ଜଣାଇଥିଲେ। ପୂର୍ବତନ ପୁଲିସ ଡିଜି ନିମାଇଁ ଚରଣ ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ତିନିଜଣ ନୂତନ ସଭ୍ୟଙ୍କୁ କ୍ଲବରେ ଗ୍ରହଣ କରାଯାଇଥିଲା। ଏଥିରେ ଡ. ଶୁଭେନ୍ଦୁ ଦାସ ସଭାପତିତ୍ବ କରିଥିଲେ।

ଏହି ଉତ୍ସବରେ ସଂଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ, ଶିଶିର ପଟ୍ଟନାୟକ, ଅସୀମା ପଣ୍ଡା, ଅନନ୍ତ କିଶୋର ଜେନା, ଡ. ନାରାୟଣ ଚନ୍ଦ୍ର ପତି, ଡ. କାର୍ତ୍ତିକ ଚନ୍ଦ୍ର ଦାଶ, ଦେବୀଦତ୍ତ ଦାସ, ଧୀରେନ ଚାନ୍ଦ ନାୟକ, ଅର୍ଜୁନ ପୁରସ୍କାର ବିଜେତା ମିନତି ମହାପାତ୍ର, ଡ. ସରୋଜ କୁମାର ତ୍ରିପାଠୀ, ଦିବ୍ୟରଂଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର