ପୁଲୱାମା ସହିଦ୍‌ ଯବାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ରାଷ୍ଟ୍ରୀୟ ଗୋସେବା ପରିଷଦ ଓଡ଼ିଶା ପକ୍ଷରୁ ଜମ୍ମୁକଶ୍ମୀରର ପୁଲୱାମାରେ ୨୦୧୯ ଫେବ୍ରୁଆରି ୧୪ ତାରିଖରେ ସହିଦ୍‌ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆଜି ତମାଣ୍ଡୋ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ସହିଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଅନୁଷ୍ଠାନର ଉପସଭାପତି ନାରାୟଣ ସାହୁ, ସନ୍ତୋଷ ନାୟକ, ମହାଦେବ, ଅଜିତ, ଦେବାଶିଷ, ଏବଂ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସ୍ଥାନୀୟ ଅଂଚଳର କୁନିକୁନି ପିଲାଙ୍କୁ ନିଜ ସଂସ୍କୃତି ପରମ୍ପରାକୁ ନେଇ ବିଭିନ୍ନ ଆଲୋଚନା କରିଥିଲେ। ଇଂରେଜ ପରମ୍ପରାକୁ ଭୁଲି ନିଜ ସଂସ୍କୃତି ପରମ୍ପରାକୁ ଆଗେଇ ନ ନେଲେ ଆଗାମୀ ଦିନରେ ଅନେକ ସମସ୍ୟା ଦେଖା ଦେବ ବୋଲି ଅଜିତ ଗୌଡ଼ କହିଥିଲେ।

ସୂଚନାଯୋଗ୍ୟ, ୨୦୧୯ ମସିହା ଫେବ୍ରୁଆରି ୧୪ରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଆତଙ୍କବାଦୀମାନେ ପୁଲୱାମାରେ ସିଆରପିଏଫ୍‌ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ୪୦ ଜଣ ଜବାନ ସହିଦ ହୋଇଥିଲେ ଏବଂ ଅନେକ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର