ମହିଳାମାନଙ୍କ ଦ୍ୱାରା ଭବିଷ୍ୟତ ପରିଚାଳିତ ହେବ: ସଙ୍ଗୀତା ଜିନ୍ଦଲ

ଓଡ଼ିଶା ସ୍କିଲ୍‌ କନକ୍ଲେଭ୍‌

ଭୁବନେଶ୍ବର: ମହିଳାମାନେ ଆଜିର ସମୟରେ ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି। ଆଗାମୀ ଭବିଷ୍ୟତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ। ଓଡ଼ିଶା ସ୍କିଲ୍ କନକ୍ଲେଭ୍‌ର ଦ୍ବିତୀୟ ଦିନରେ ଜେଏସଡବ୍ଲୁ ଫାଉଣ୍ଡେସନ୍‌ର ଚେୟାରମ୍ୟାନ୍ ସଙ୍ଗୀତା ଜିନ୍ଦଲ ଏହା କହିଛନ୍ତି। ଦକ୍ଷତା ବିକାଶ ମାଧ୍ୟମରେ ଲିଙ୍ଗଗତ ବ୍ୟବଧାନକୁ ଦୂର କରିବା ଉପରେ ସେ ଗୁରୁତ୍ବା‌ରୋପ କରିଥିଲେ। ସେ କହିଥିଲେ ଯେ ୩୦ ହଜାର ମହିଳା ଓ ଯୁବତୀ ଭାରତର ସର୍ବବୃହତ ତଥା ଏହାର ପ୍ରଥମ ସ୍କିଲ୍ ଇମ୍ପାକ୍ଟ ବଣ୍ଡ୍‌ରୁ ଉପକୃତ ହେଉଛନ୍ତି।

କର୍ଣ୍ଣାଟକରେ ଜେଏସ୍‌ଡବ୍ଲୁ ଶକ୍ତି ଓ ବିପିଓ ମାଧ୍ୟମରେ ଗ୍ରାମାଞ୍ଚଳର ୪ହଜାରରୁ ଅଧିକ ମହିଳାଙ୍କୁ ସ୍ବାବଲମ୍ବୀ କରାଯାଇଛି। ମହିଳା ସଶକ୍ତୀକରଣ ଓ ଲିଙ୍ଗଗତ ବ୍ୟବଧାନ ଉପରେ ଆଧାରିତ ଏହି ଅଧିବେଶନରେ ଓଡ଼ିଶା ସରକାରଙ୍କ ମିସନ୍‌ ଶକ୍ତିର କମିସନର ସଚିବ ସୁଜତା କାର୍ତ୍ତିକେୟନ ପରିଚାଳନା କରିଥିଲେ। ଏହି ଅବସରରେ ଶ୍ରୀମତୀ ଜିନ୍ଦଲ ୧୧ମହିଳା ଡମ୍ପର ଅପରେଟର୍‌ଙ୍କୁ ବା ହେଭି ଆର୍ଥ ମୁଭିଙ୍ଗ ମେସିନାରି ଚଳାଇବାରେ ସେମାନଙ୍କର ଦକ୍ଷତା ପାଇଁ ଅଭିନନ୍ଦନ ଜଣାଇଥିଲେ। ଜେଏସ୍‌ଡବ୍ଲୁର ସହଯୋଗର ରାଜ୍ୟରେ ଆଗାମୀ ଦିନରେ ଥିବା ସମ୍ଭାବନା ଉପରେ ସେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର