କୃତୀ ଛାତ୍ରଛାତ୍ରୀଙ୍କୁ ଓଡିଏମ୍ ଉତ୍କର୍ଷ ଆୱାର୍ଡ-୨୦୨୨

ଚନ୍ଦ୍ରଶେଖରପୁର: ଚଳିତବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଓଡିଏମ୍‌ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଦ୍ୟାଳୟ ପାଇଁ ଗୌରବ ଆଣିପାରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ନେଇ ‘ଓଡିଏମ୍ ଉତ୍କର୍ଷ ଆୱାର୍ଡ-୨୦୨୨’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ କିଟ୍ ବିଶ୍ବବିଦ୍ୟାଳୟ ନିର୍ଦ୍ଦେଶକ ସୁମନ ଭଟ୍ଟାଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖି ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସ୍କୁଲ ଅଧ୍ୟକ୍ଷ ଶ୍ରୀ ମୀନକେତନ କହିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା, ନିଷ୍ଠା ଓ ସାଧନା ଭରିରହିଛି। ସେମାନେ ଭବିଷ୍ୟତରେ ଜଣେ ଜଣେ ଉତ୍ତମ ମଣିଷ ହୋଇପାରିବେ। ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ସିଓଓ ସ୍ୱୟନ୍ ସତ୍ୟେନ୍ଦୁ କୃତି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗ୍ରହ ଓ ଦୃଢ ଇଚ୍ଛାଶକ୍ତି ବଳରେ ସଫଳତାର ଶୀର୍ଷରେ ପହଞ୍ଚିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀ ନିଜ ସଫଳତା ପଛର କାହାଣୀକୁ ବ୍ୟକ୍ତ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ, ପିତା ମାତା ଓ ବିଦ୍ୟାଳୟକୁ ଶ୍ରେୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର