ସାଲିଆସାହି ପୂଜା କମିଟି: ମା’ଙ୍କ ଭସାଣିରେ ମିଶିବେ ହଜାରେ ମହିଳା

ଚନ୍ଦ୍ରଶେଖରପୁର: ୨୦୨୧ ମସିହାରୁ ମେ ଫେୟାର୍‌ ପାଣିଟାଙ୍କି ପଡ଼ିଆରେ ସାଲିଆସାହି ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ଆୟୋଜନ କରାଯାଉଛି। ମାତ୍ର ୩ ବର୍ଷର ପୂଜା ହେଲେ ହେଁ ରାଜଧାନୀର ବଡ଼ବଡ଼ ପୂଜା ତୁଳନାରେ ଏହା କିଛି କମ ନୁହେଁ। ଲାଇଟ୍‌ ଗେଟ୍‌ଯୁକ୍ତ ତୋରଣ ସାଙ୍ଗକୁ ୧୨ଜଣ ବଙ୍ଗୀୟ କାରିଗର ମା’ଜଗତଜନନୀଙ୍କ ମୂର୍ତ୍ତି ଗଢ଼ିବାରେ ଲାଗିଛନ୍ତି। ୧୫ ଫୁଟ୍‌ର ମୂର୍ତ୍ତି ସହ ଜରି ମେଢ଼ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଷଷ୍ଠୀଠାରୁ ପୂଜା ବିଧି ଆରମ୍ଭ ହେବ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମଣ୍ଡପ ନିକଟରେ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଏଥର ଶତାଧିକ ମହିଳା ସ୍ବେଚ୍ଛାସେବୀ ସାମିଲ ହେବେ। ଏଥର ମଧ୍ୟ ମୀନାବଜାର ଓ ବିଭିନ୍ନ ଦୋଳି ପୂଜାର ଆକର୍ଷଣ ବଢ଼ାଇବ।

ଡିଜେ ବାଜିବ ନାହିଁ
ବଡ଼ କଥା ହେଉଛି ଏବର୍ଷ ଡିଜେ ବ୍ୟବହାର ହେବ ନାହିଁ ବୋଲି କମିଟି ନିଷ୍ପତ୍ତି ନେଇଛି। ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ୪ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।
ଚୌଧୁରୀ ବିକାଶ ଦାସ, ସମ୍ପାଦକ

୧୫ ଲକ୍ଷର ବଜେଟ୍‌
ଏଥର ପୂଜା ପାଇଁ ୧୫ ଲକ୍ଷ ଟଙ୍କାର ବଜେଟ୍‌ ହୋଇଛି। ଭସାଣି ଶୋଭାଯାତ୍ରାରେ ସାଲିଆସାହିର ଏକ ହଜାର ମହିଳା ସାମିଲ ହୋଇ ସାଲିଆସାହିରୁ ନୂଆପଲ୍ଲୀ ଭସାଣି ପଡ଼ିଆ ପର୍ଯ୍ୟନ୍ତ ଯିବେ।
ମଦନମୋହନ ସ୍ବାଇଁ, କୋଷାଧ୍ୟକ୍ଷ

ସମ୍ବନ୍ଧିତ ଖବର