ସାରେଗାମାପା ଲିଟିଲ୍ ଚାମ୍ପ୍‌ ବିଜେତା ହେଲେ ତନୁଶ୍ରୀ

ଭୁବନେଶ୍ବର: ଜୀ ସାର୍ଥକ ଦ୍ବରା ଆୟୋଜିତ ସଙ୍ଗୀତ ରିୟଲିଟି ସୋ’ ‘ସାରେଗାମାପା ଲିଟିଲ୍ ଚାମ୍ପ୍-୨୦୨୩’ରେ ତନୁଶ୍ରୀ ଜେନା ବିଜୟୀ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀଙ୍କୁ ପଛରେ ପକାଇ ତନୁଶ୍ରୀ ଟାଇଟଲ୍ ବିଜେତା ହୋଇଥିଲେ। ତାଙ୍କୁ ପୁରସ୍କାର ସ୍ବରୂପ ଦୁଇ ଲକ୍ଷ ଟଙ୍କାର ଅର୍ଥରାଶି ମିଳିଥିଲା। ପ୍ରତିଯୋଗିତାର ବିଚାରକ ଗୁଡ୍‌ଲି ରଥ, ଅସୀମା ପଣ୍ଡା ଓ କ୍ରିଷ୍ଣା ବେଉରା ତାଙ୍କର ଉଚ୍ଚପ୍ରଶଂସା କରିଥିଲେ। ଏହି ସଫଳତା ପାଇଁ ତନୁଶ୍ରୀ ନିଜର ବାପା-ମା’, ସଙ୍ଗୀତ ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀ, ବିଦ୍ୟୁତ ରାୟ, କୃଷ୍ଣଚନ୍ଦ୍ର ମଲ୍ଲିକ ଓ ସନ୍ତୋଷ କର ତଥା ଜି ସାର୍ଥକର ସମସ୍ତ ଟିମ୍ ସଦସ୍ୟମାନଙ୍କୁ ଶ୍ରେୟ ଦେଇଛନ୍ତି।

ସମ୍ବନ୍ଧିତ ଖବର