ସହିଦ ପରିବାରଙ୍କୁ ଜଣେ ବ୍ୟକ୍ତି ୨୦ ବର୍ଷ ଧରି ପତ୍ର ପ୍ରେରଣ କରୁଛନ୍ତି

ସୂରତ: ଦେଶର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇ ପ୍ରାଣ ହରାଇଥିବା ସହିଦ ପରିବାରଙ୍କୁ ଜଣେ ବ୍ୟକ୍ତି ନିୟମିତ ରୂପେ ଗତ ୨୦ ବର୍ଷ ଧରି ପତ୍ର ପ୍ରେରଣ କରୁଛନ୍ତି। ଗୁଜୁରାଟର ସୂରତର ଏହି ବ୍ୟକ୍ତିଜଣକ ହେଲେ ଜିତେନ୍ଦ୍ର କୁମାର ସିଂହ। ସେ ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି।
ଜିତେନ୍ଦ୍ର କୁମାର କହିଛନ୍ତି ଯେ ସେ ଗତ ୨୦ ବର୍ଷ ହେବ ସହିଦମାନଙ୍କୁ ସ୍ମରଣ କରିବା ଲାଗି ଚିଠି ଲେଖୁଛନ୍ତି। ଖାଲି ସେତିକି ନୁହେଁ ସେ ସହିଦ ସ୍ମାରକୀ ନିର୍ମାଣ ଲାଗି ମଧ୍ୟ ସହିଦମାନଙ୍କ ଘରୁ ମାଟି ଆଣି ଏକତ୍ରିତ କରୁଛନ୍ତି।
ଜିତେନ୍ଦ୍ର କୁମାର କାରଗିଲ ଯୁଦ୍ଧ ସମୟରେ ପ୍ରାଣ ହରାଇଥିବା କେତେକ ପରିବାରଙ୍କୁ ଚିଠି ଲେଖିଥିଲେ। ତାଙ୍କୁ ଏଭଳି ଚିଠି ଲେଖିବାର ପ୍ରେରଣା କେଉଁଠାରୁ ମିଳିଲା ବୋଲି ପ୍ରଶ୍ନର ଉତ୍ତରରେ ଜିତେନ୍ଦ୍ର କୁମାର କହିଛନ୍ତି ଯେ କାରଗିଲ ଯୁଦ୍ଧରେ ସାମିଲ କେତେକ ସୈନିକ ଘରକୁ ଚିଠି ପଠାଇଥିଲେ। ଚିଠି ଘରେ ପହଞ୍ଚିବା ଆଗରୁ ସେମାନେ ସହିଦ ହୋଇଯାଇଥିଲେ। ଏହି ଘଟଣାରୁ ତାଙ୍କୁ ଚିଠି ଲେଖିବାର ପ୍ରେରଣା ମିଳିଥିଲା।
ଜିତେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ସେ ଥରେ ଏଭଳି ଜଣେ ଲୋକଙ୍କ ସହିତ କଥା ହୋଇଥିଲେ, ଯାହାଙ୍କ ପୁଅ ସହିଦ୍‌ ହୋଇଯାଇ
ଥିଲେ। ହେଲେ ସେହି ଲୋକ ଆଜି ଯାଏଁ ନିଜ ସହିଦ ପୁତ୍ର ସହିତ କଥା ହେଉଛନ୍ତି।

ସହିଦ ସ୍ମାରକୀ ନିର୍ମାଣ କରିବାର ଲକ୍ଷ୍ୟରେ ଏବେ ଅଛନ୍ତି ଜିତେନ୍ଦ୍ର କୁମାର ସିଂହ।

ସମ୍ବନ୍ଧିତ ଖବର