ଭାରତର ସବୁଠାରୁ ବଡ ରେଳଷ୍ଟେସନ ବାବଦରେ ଜାଣିଛନ୍ତି କି ଏସବୁ ରୋଚକ କଥା

୨୩ଟି ପ୍ଲାଟଫର୍ମ ସାଙ୍ଗକୁ ରହିଛି ୨୬ଟି ରେଳଧାରଣା

କୋଲକାତା: ଆପଣମାନେ ନିଶ୍ଚିତ ଭାବେ କେବେ ନା କେବେ ଟ୍ରେନରେ ଯାତ୍ରା କରିଥିବେ | ତେବେ ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବା ଅପେକ୍ଷା ଭାରତର ଷ୍ଟେସନ ବିଷୟରେ ଜାଣିବାକୁ ଅଧିକ ଆଗ୍ରହ ଦେଖାଇଥାନ୍ତି | ଆମେ ସମସ୍ତେ ଜାଣୁ ଯେ ହୁଵଲୀ ହେଉଛି ଭାରତର ସବୁଠାରୁ ଲମ୍ବା ରେଳ ଷ୍ଟେସନ, କିନ୍ତୁ ଆପଣ ଜାଣନ୍ତି କି ଭାରତର ସବୁଠାରୁ ବଡ ରେଳ ଷ୍ଟେସନ କେଉଁଠାରେ ଅଛି | ଆଜି ଆମେ ଆପଣଙ୍କୁ ଭାରତର ସବୁଠାରୁ ବଡ ରେଳଷ୍ଟେସନ ବାବଦରେ ସୂଚନା ଦେବୁ | ବାସ୍ତବରେ ହାୱଡା ଜଙ୍କସନ ହେଉଛି ଭାରତର ସବୁଠାରୁ ବଡ ରେଳ ଷ୍ଟେସନ | ଏଠାରେ ଗୋଟିଏ, ଦୁଇଟି କିମ୍ବା ତିନୋଟି ନୁହେଁ ବରଂ ୨୩ଟି ପ୍ଲାଟଫର୍ମ ଏବଂ ୨୬ଟି ରେଳ ଧାରଣା ରହିଛି |

ସବୁଠାରୁ ବଡ ରେଳଷ୍ଟେସନ ବ୍ୟତୀତ ଏହା ଭାରତର ବ୍ୟସ୍ତବହୁଳ ରେଳ ଷ୍ଟେସନର ମାନ୍ୟତା ମଧ୍ୟ ପାଇଛି | ଏହି ଷ୍ଟେସନ ହୁଗଲି ନଦୀର ପଶ୍ଚିମ କୂଳରେ ଥିବାବେଳେ ପ୍ରତିଦିନ ପ୍ରାୟ ୬୦୦ଟି ଟ୍ରେନ୍ ଏହି ଷ୍ଟେସନ ଦେଇ ଯାତାୟାତ କରିଥାଏ | ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଷ୍ଟେସନ ଦେଇ ପ୍ରତିଦିନ ପ୍ରାୟ ୧୦ଲକ୍ଷ ଲୋକ ଯାତାୟାତ କରିଥାନ୍ତି | ହାୱଡା ଜଙ୍କସନ ହେଉଛି ଭାରତର ସବୁଠାରୁ ବଡ ଏବଂ ପୁରାତନ ରେଳ ଷ୍ଟେସନ ମଧ୍ୟରୁ ଅନ୍ୟତମ | ଏହି ଷ୍ଟେସନ ୧୮୫୪ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିଲା | ବ୍ରିଟିଶ ଯୁଗର ଏହି ରେଳ ଷ୍ଟେସନ ଆଜି ମଧ୍ୟ ଠିଆ ହୋଇଛି | ହାୱଡା ସହରର ନାମ ଅନୁସାରେ ଏହି ଷ୍ଟେସନର ନାମ ରଖାଯାଇଥିଲା | ଏହା ହେଉଛି ଭାରତର ଏକମାତ୍ର ରେଳ ଷ୍ଟେସନ, ଯେଉଁଠାରୁ ବାଂଲାଦେଶ ସହିତ ସିଧାସଳଖ ରେଳ ସଂଯୋଗ ରହିଛି। କୋଲକାତା ଏବଂ ଢାକା ମଧ୍ୟରେ ସିଧାସଳଖ ଚାଲୁଥିବା ମୈତ୍ରୀ ଏକ୍ସପ୍ରେସ ଉଭୟ ସହରକୁ ସଂଯୋଗ କରେ |

ସମ୍ବନ୍ଧିତ ଖବର