ପିଣ୍ଡବ୍ରହ୍ମାଣ୍ଡ: ସାଧନାର ବ୍ୟାକରଣ; ପୂର୍ବସର୍ଗ

ବ୍ୟାକରଣ ଅନୁଯାୟୀ- ପୂର୍ବସର୍ଗ ହେଉଛି ସେହି ଶବ୍ଦ- ଯାହା ସାଧାରଣତଃ ବିଶେଷ୍ୟ, ସର୍ବନାମ କିମ୍ବା କ୍ରିୟା ପୂର୍ବରୁ ବ୍ୟବହାର ହୋଇଥାଏ। ଏହି ପୂର୍ବସର୍ଗ ଶବ୍ଦଗୁଡ଼ିକ ବିଶେଷ୍ୟ, ସର୍ବନାମ ବା କ୍ରିୟାକୁ ଅଧିକ ଅର୍ଥ ପ୍ରଦାନ କରନ୍ତି। ଇଂରାଜୀ ବ୍ୟାକରଣରେ ପୂର୍ବସର୍ଗକୁ ‘ପ୍ରିପୋଜିସନ୍‌’ କୁହାଯାଏ। ପୂର୍ବସର୍ଗର କିଛି ଉଦାହରଣ ହେଲା, “ଭିତରେ, ଉପରେ, ପାଖରେ, ସେଠାରେ, କିନ୍ତୁ, ଠାରୁ, ଯେ, ର, ବିଷୟରେ” ଇତ୍ୟାଦି। ‘ପୂର୍ବ’ ଧାତୁର ଅର୍ଥ- ପୂରଣ କରିବା। ‘ସୃଜ୍‌’ ଧାତୁରୁ ନିର୍ମିତ ‘ସର୍ଗ’ର ଅର୍ଥ ନିର୍ମାଣ କରିବା ବା ସୃଜନ। ତେଣୁ ପୂର୍ବସର୍ଗ ହେଉଛି ସେହି ଶବ୍ଦ, ଯାହାଦ୍ୱାରା କୌଣସି ଚିନ୍ତନ ବା ଭାବ ପୂର୍ଣ୍ଣରୂପରେ ନିର୍ମିତ ହୋଇଥାଏ। ବ୍ୟାକରଣର ପୂର୍ବସର୍ଗର ଜ୍ଞାନ, ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କୁ ଏକାଗ୍ରତା ସାଧନାରେ ସାହାଯ୍ୟ କରେ। ପୂର୍ବସର୍ଗଗୁଡ଼ିକ ଯେକୌଣସି ଭାଷାର ବିଶେଷ୍ୟ, ସର୍ବନାମ ବା କ୍ରିୟାମାନଙ୍କର ବ୍ୟାପ୍ତି ବଢ଼ାନ୍ତି। ଏହି ବ୍ୟାପ୍ତି ବଢ଼ିବା ସହ ନୂତନ ଭାବର ସୃଜନ ହୁଏ। ଧ୍ୟାନର ଆରମ୍ଭ ହୁଏ ଏକାଗ୍ରତାରୁ। ଏଥିରେ ସବୁଠାରୁ ବଡ଼ ବାଧକ ଭାବେ ଉଭା ହୁଏ ମନର ଅହରହ ବ୍ୟାପ୍ତିବୃଦ୍ଧିର ପ୍ରଚେଷ୍ଟା। ଧ୍ୟାନ ପାଇଁ ପ୍ରଚେଷ୍ଟା କରୁଥିବା ସାଧକଙ୍କୁ ନିଜର ବିଶେଷ୍ୟ ଓ ସର୍ବନାମ, ଯାହା ପ୍ରକୃତ ପରିଚୟ, ତା’ ପାଖକୁ ଫେରିବାକୁ ହୁଏ। ଏହାଛଡ଼ା କେବଳ ଧ୍ୟାନକ୍ରିୟାରେ ହିଁ ବୁଡ଼ିଯିବାକୁ ହୁଏ। ଏହି ପ୍ରଚେଷ୍ଟା ସମୟରେ ମନ ଭିତରେ ବିଭିନ୍ନ ପୂର୍ବସର୍ଗର ଲହରୀ ସୃଷ୍ଟି ହୁଅନ୍ତି। ଏହି ପୂର୍ବସର୍ଗମାନେ ମନକୁ ଆତ୍ମକୈନ୍ଦ୍ରିକ ବା ଧ୍ୟାନକୈନ୍ଦ୍ରିକ ସ୍ଥିତିରୁ ଦୂରେଇ ନିଅନ୍ତି। ପୂର୍ବସର୍ଗଙ୍କ ଦ୍ୱାରା ମନରେ ନୂଆ ନୂଆ ଭାବ ଓ ଚିନ୍ତନର ଲହରୀ ସୃଷ୍ଟି ହୁଏ। ସେଥିରୁ ତିଆରି ହୁଅନ୍ତି ଆହୁରି ଅନେକ ମାନସିକ ସୃଜନ ଲହରୀ। ଏହା ଦ୍ୱାରା ମନ ଶାନ୍ତ ଓ ଲହରୀଶୂନ୍ୟ ହେବା ବଦଳରେ ଅଶାନ୍ତ ହୁଏ।

ପୂର୍ବସର୍ଗ ହେଉଛି ସେହି ଶବ୍ଦ- ଯାହା ସାଧାରଣତଃ ବିଶେଷ୍ୟ, ସର୍ବନାମ କିମ୍ବା କ୍ରିୟା ପୂର୍ବରୁ ବ୍ୟବହାର ହୋଇଥାଏ। ଏହି ପୂର୍ବସର୍ଗ ଶବ୍ଦଗୁଡ଼ିକ ବିଶେଷ୍ୟ, ସର୍ବନାମ ବା କ୍ରିୟାକୁ ଅଧିକ ଅର୍ଥ ପ୍ରଦାନ କରନ୍ତି। ଇଂରାଜୀ ବ୍ୟାକରଣରେ ପୂର୍ବସର୍ଗକୁ ‘ପ୍ରିପୋଜିସନ୍‌’ କୁହାଯାଏ।

ଉଦାହରଣ ସ୍ୱରୂପ, ସାଧକ ଧ୍ୟାନକ୍ରିୟା କ୍ରିୟା ସହ ‘ଏଠାରେ, ସେଠାରେ’ ପୂର୍ବସର୍ଗ ଯୋଡ଼ି ଭାବି ଚାଲନ୍ତି- ଏଠାରେ ଧ୍ୟାନ କରିବା ଅପେକ୍ଷା ସେଠାରେ ଧ୍ୟାନ କରିଥିଲେ ଭଲ ହୋଇଥାଆନ୍ତା। ଧ୍ୟାନ କରୁଛି ‘ଯେ’, ‘କିନ୍ତୁ’ ଏହାର କିଛି ଫଳ ମିଳିବ କି ନାହିଁ। ଏଭଳି ଚିନ୍ତା ବି ମନରେ ପୂର୍ବସର୍ଗ ଯୋଡ଼ି ହେବା କାରଣରୁ ସୃଷ୍ଟି ହୁଏ। ସାଧକ ନିଜର ମନକୁ ଶାନ୍ତ ଓ ଏକାଗ୍ର କରିବାପାଇଁ ନିଜର ପରିଚୟ ଓ କ୍ରିୟା ସହ ଯୋଡ଼ି ହେଉଥିବା ପୂର୍ବସର୍ଗମାନଙ୍କୁ ଚିହ୍ନି ସେମାନଙ୍କୁ ମନରୁ ଦୂରେଇଦେବା ଉଚିତ। ପୂର୍ବସର୍ଗମାନଙ୍କୁ ଦୂରେଇ ପାରିଲେ, ସାଧକର ମନ ଆପେ ଆପେ ଏକାଗ୍ର ହୋଇଯାଏ। ଏହାଦ୍ୱାରା ପିଣ୍ଡବ୍ରହ୍ମାଣ୍ଡ ସାଧକ ଆତ୍ମଦର୍ଶନ ଆଡ଼କୁ ଅଗ୍ରସର ହୋଇପାରନ୍ତି।

ସମ୍ବନ୍ଧିତ ଖବର