ଅବସରପ୍ରାପ୍ତ କର୍ଣ୍ଣେଲଙ୍କ ଜୀବନ ବଞ୍ଚାଇଲେ ଡେଲିଭରି ବଏ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ କାହାଣୀ ପଢ଼ିବାକୁ ମିଳିଥାଏ। ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଥିବା କାହାଣୀ ବେଶ୍ ପ୍ରେରଣାଦାୟକ ।

ଏହା ହେଉଛି ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ ଏବଂ ଜଣେ ସ୍ବିଗି ଡେଲିଭରି ବଏଙ୍କ କାହାଣୀ । କର୍ଣ୍ଣେଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସ୍ବିଗିର ଡେଲିଭରି ବଏ ନିଜ ବାଇକ୍ ସାହାଯ୍ୟରେ ଡାକ୍ତରଖାନା ନେଇ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି।

 

 

View this post on Instagram

 

A post shared by Swiggy (@swiggyindia)

ଏହି ପୋଷ୍ଟକୁ ସ୍ବିଗି ଇଣ୍ଡିଆ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛି । ଏଥିରେ ଲେଖାହୋଇଛି – ମୃଣାଳ କିରଦତ ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି। ଡିସେମ୍ବର ୨୫ରେ ଅବସରପ୍ରାପ୍ତ କର୍ଣ୍ଣେଲ ମନମୋହନ ମଲିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହି ସମୟରେ ଟ୍ରାଫିକ୍ ବହୁତ ଅଧିକ ରହିଥିଲା। ଏଭଳି ପରିସ୍ଥିତିରେ କାରରେ ଯିବା କଷ୍ଟକର ହୋଇପଡିଥିଲା। କେବଳ ଦୁଇଚକିଆ ଗାଡ଼ି ହିଁ ସେହି ରାସ୍ତାରେ ଶୀଘ୍ର ବାହାରି ପାରିବାର ବ୍ୟବସ୍ଥା ରହିଥିଲା।

ସମସ୍ତ ଚେଷ୍ଟା ସତ୍ତ୍ବେ ମଲିକଙ୍କୁ ଦୁଇ ଚକିଆ ବାଇକ୍ ମିଳି ନଥିଲା। ଶେଷରେ ସ୍ବିଗି ଡେଲିଭରି ବଏ କର୍ଣ୍ଣେଲଙ୍କୁ ତାଙ୍କ ବାଇକ୍ ସାହାଯ୍ୟରେ କୋକିଲାବେନ୍ ହସ୍ପିଟାଲକୁ ନେଇ ଯାଇଥିଲେ। ଏହି ଘଟଣାକୁ ନେଇ କର୍ଣ୍ଣେଲ କହିଛନ୍ତି, ଯଦି ମୃଣାଳ ନଥାଆନ୍ତେ ତେବେ ମୋ ଜୀବନ ବଞ୍ଚି ପାରି ନଥାଆନ୍ତା।

ସମ୍ବନ୍ଧିତ ଖବର