ଆଇପିଏଲ୍‌: ଖାତା ଖୋଲିପାରିଲେନି ବିରାଟ କୋହଲି, ହାଇଦ୍ରାବାଦ୍‌କୁ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବାଙ୍ଗାଲୋର

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୪ତମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ରବିବାର ବାଙ୍ଗାଲୋର ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍‌ର ଅଧିନାୟକ ଡୁ ପ୍ଲେସିସଙ୍କ ଅପରାଜିତ ଅର୍ଦ୍ଧଶତକ (୭୩ ରନ୍‌, ୫୦ ବଲ୍‌, ୪ ଚୌକା, ୨ ଛକା) ବଳରେ ବାଙ୍ଗାଲୋର ୩ ଓ୍ଵିକେଟ୍‌ ହରାଇ ୧୯୨ ରନ୍‌ କରିଛି। ଫଳରେ ହାଇଦ୍ରାବାଦ୍‌କୁ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ବାଙ୍ଗାଲୋରର ପାଳି ଆରମ୍ଭ କରିଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଫାପ୍‌ ଡୁ ପ୍ଲେସିସ୍‌। ହାଇଦ୍ରାବାଦ୍‌ର ବୋଲର ଜଗଦୀଶ ସୁଚିତ୍‌ଙ୍କ ପ୍ରଥମ ବଲ୍‌ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କୁ କ୍ୟାଚ୍‌ ଦେଇ ବିରାଟ କୋହଲି ଆଉଟ୍‌ ହୋଇଥିଲେ। ବିରାଟ କୋହଲି ଗୋଟିଏ ବଲ୍‌ ସାମ୍ନା କରି କୌଣସି ରନ୍‌ କରି ପାଭଲିଅନ୍‌କୁ ଫେରିଯିବା ପରେ ଦଳର ଦାୟିତ୍ୱ ନେଇଥିଲେ ଡୁ ପ୍ଲେସିସ୍‌ ଓ ରଜତ୍‌ ପଟିଦାର୍‌। ଉଭୟ ୨ୟ ଓ୍ଵିକେଟ୍‌ ପାଇଁ ୧୦୫ ରନ୍‌ର ଭାଗିଦାରୀ ହୋଇଥିଲେ। ପାଟିଦାର ୩୮ଟି ବଲ୍‌ ସମ୍ମୁଖୀନ ହୋଇ ୪ଟି ଚୌକା ଓ ୨ଟି ଛକା ମାରି ୪୮ ରନ୍‌ କରିଥିଲେ।

ଅଲ୍‌ରାଉଣ୍ଡର ଗ୍ଲେନ୍‌ ମେକ୍ସେଓ୍ଵଲ୍‌ ୨୪ଟି ବଲ୍‌ ଖେଳି ୩୩ ରନ୍‌ କରିଥିଲେ। ସେ ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଦିନେଶ କାର୍ତ୍ତିକ ୮ଟି ବଲ୍‌ ଖେଳି ଅପରାଜିତ ୩୦ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ୪ଟି ଛକା ସାମିଲ ଥିଲା। ହାଇଦ୍ରାବାଦ୍‌ ଟିମ୍‌ର ଜଗଦୀଶ ସୁଚିତ୍‌ଙ୍କୁ ୨ଟି ୱିକେଟ୍‌ ମିଳିଥିବା ‌ବେଳେ କାର୍ତ୍ତିକ ତ୍ୟାଗୀ ଗୋଟିଏ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର