ଆଇପିଏଲ: ମୁମ୍ବାଇ ଆଗରେ ୧୯୭ରନର ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ, ବୁମରାଙ୍କୁ ୫ ଓ୍ବିକେଟ୍

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୪ର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୯୭ ରନର ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଦଳ ଆରମ୍ଭରୁ ନିଜର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଓ୍ବିକେଟ ହରାଇଥିଲା, ଯିଏକି ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ । ସେହିପରି ଓ୍ବିଲ ଜ୍ୟାକ୍ସ ମାତ୍ର ୮ ରନ କରି ଆଉଟ ହୋଇଥିଲେ । କିନ୍ତୁ ଅନ୍ୟତମ ଓପନର ଫାଫ୍ ଡୁପ୍ଲେସିସ ବିସ୍ଫୋରକ ବ୍ୟାଟିଂ କରି ୪୦ଟି ବଲରୁ ୬୧ ରନ କରିଥିଲେ । ସେହିପରି ରଜତ ପଟିଦାର ୫୦ ରନ କରିଥିଲେ । କିନ୍ତୁ ବେଙ୍ଗାଲୁରୁ ଇନିଂସର ପ୍ରକୃତ ଆକର୍ଷଣ ଥିଲେ ଅଭିଜ୍ଞ ଦିନେଶ କାର୍ତ୍ତିକ । ଶେଷ ବେଳକୁ ସେ ଆତସି ବ୍ୟାଟିଂର ପ୍ରଦର୍ଶନ କରି ମାତ୍ର ୨୩ଟି ବଲରୁ ୫୩ ରନ କରିଥିଲେ ଓ ଦଳୀୟ ସ୍କୋରକୁ ୧୯୬ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ଆକର୍ଷଣୀୟ ବୋଲିଂର ପ୍ରଦର୍ଶନ କରି ୫ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର