ସିକେ ନାୟୁଡୁ ଟ୍ରଫି: ଓଡ଼ିଶା ହାରିଲା

ବରଗଡ଼: ସ୍ଥାନୀୟ ବିକାଶ ଗ୍ରାଉଣ୍ଡରେ ଚାଲିଥିବା ସିକେ ନାୟୁଡ଼ୁ ଟ୍ରଫିରେ କେରଳ ନିକଟରୁ ୧୩୦ ରନ୍‌ରେ ଓଡ଼ିଶା ହାରିଯାଇଛି। ବିଜୟ ପାଇଁ ୩୭୧ ରନ୍‌ର ପିଛା କରୁଥିବା ଓଡ଼ିଶା ୨୪୦ ରନ୍‌ରେ ଦ୍ବିତୀୟ ପାଳି ଶେଷ କରିଥିଲା। ସୌଭାଗ୍ୟ ମିଶ୍ର ଅର୍ଧଶତକୀୟ ପାଳି (୮୪ ରନ୍) ଖେଳିଥିଲେ ମଧ୍ୟ ଏହା ମ୍ୟାଚ୍‌ ବଞ୍ଚାଇବାକୁ ଯଥେଷ୍ଟ ହୋଇନଥିଲା।

ରେଳବାଇ ମ୍ୟାଚ୍‌ ପାଇଁ ୨ ପରିବର୍ତ୍ତନ
ସମ୍ବଲପୁରରେ ଆସନ୍ତା ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ରେଳବାଇ ବିପକ୍ଷ ମ୍ୟାଚ୍‌ ପାଇଁ ଘରୋଇ ଓଡ଼ିଶା ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଗୋବିନ୍ଦ ତାଣ୍ତିଆ ଓ ରାହୁଲ ଚୌଧୁରୀଙ୍କୁ ବିଶ୍ରାମ ଦିଆଯାଇଥିଲା ବେଳେ ସନ୍ଦୀପ ପଟ୍ଟନାୟକ ଓ ପ୍ରଶାନ୍ତ ପାଣ୍ତେଙ୍କୁ ସାମିଲ କରାଯାଇଛି। ଓଡ଼ିଶା ବର୍ତ୍ତମାନ ସୁଦ୍ଧା ୪ ମ୍ୟାଚ୍‌ ଖେଳିଥିଲା ବେଳେ ହରିୟାଣାଠୁ ୨୮୮, ବିଦର୍ଭଠୁ ୩୨ ଓ କେରଳଠୁ ୧୩୦ ରନ୍‌ରେ ହାରି ସାରିଲାଣି। କେବଳ ଗୋଆ ସହିତ ମ୍ୟାଚ୍‌ ଅମୀମା˚ସିତ ରଖି ପାଳି ଅଗ୍ରଣୀ ପାଇଥିଲା। ଓଡ଼ିଶା ଦଳ: ଦେବାଶିଷ ସାମନ୍ତରାୟ, ଅମ୍ରିତ ଖଟୁଆ, ସନ୍ଦୀପ ପଟ୍ଟନାୟକ, ବିଶ୍ବଜିତ ଭୂୟାଁ, କାର୍ତ୍ତିକ ବିଶ୍ବାଳ, ସୌଭାଗ୍ୟ ମିଶ୍ର, ଜ୍ଞାନଜ୍ୟୋତି ରାଏ, ରାଜକିଶନ ପଟେଲ, ଆଶିଷ ରାଏ, ଅୟସକାନ୍ତ ସାହୁ, ସୌରଭ କାନୋଜିଆ, କ୍ଷମାସାଗର ବଳ, ତାରିଣୀ ସ’, ସୁନୀଲ ରାଉଳ, ପ୍ରଶାନ୍ତ ପାଣ୍ତେ।

ସମ୍ବନ୍ଧିତ ଖବର