ଖୋ‌ଖୋ ପ୍ରତିଯୋଗିତା: ଜାଏଣ୍ଟସ୍‌ଠୁ ପ୍ରତିଶୋଧ ନେଲା ଜଗରନଟ୍ସ

ପୁଣେ : ଓଡ଼ିଶା ଜଗରନଟ୍ସ ଚଳିତ ଅଲ୍‌ଟିମେଟ୍‌ ଖୋ‌ଖୋ ପ୍ରତିଯୋଗିତାରେ ଗୁଜରାଟ ଜାଏଣ୍ଟସ୍‌ଠୁ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି। ପୂର୍ବରୁ ଜାଏଣ୍ଟସ୍‌ଠୁ ୫ (୪୯-୫୪) ପଏଣ୍ଟ ବ୍ୟବଧାନରେ ହାରିଥିବା ଜଗରନଟ୍ସ ରବିବାର ପାଲଟା ମୁକାବିଲ‌ାକୁ ୩ (୫୦-୪୭) ପଏଣ୍ଟ୍‌ ବ୍ୟବଧାନରେ ଜିତିନେଇଛି। ଜାଏଣ୍ଟସ୍‌ର ଏହା ତୃତୀୟ ବିଜୟ। ପୂର୍ବରୁ ଏହି ଦଳ ରାଜସ୍ଥାନ ୱାରିୟର୍ସ ଓ ଚେନ୍ନାଇ କୁଇକ୍‌ ଗନ୍ସକୁ ହରାଇଥିଲା। ଜଗରନଟ୍ସ ପରବର୍ତୀ ମ୍ୟାଚ୍‌ ଚେନ୍ନାଇ କୁଇକ୍‌ ଗନ୍ସ ବିପକ୍ଷରେ ବୁଧବାର ଖେଳିବ।

ସମ୍ବନ୍ଧିତ ଖବର