ରଣଜୀ ସିଜିନ ପାଇଁ ଘୋଷଣା ହେଲା ଓଡିଶା ରଣଜୀ ଦଳ

କଟକ: ରଣଜୀ ସିଜିନ ପାଇଁ ଘୋଷଣା ହେଲା ଓଡିଶା ରଣଜୀ ଦଳ । ୧୭ ଜଣିଆ ଓଡିଶା ଟିମ ଆଜି ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ। ଅଭିଜ୍ଞ ଶୁଭ୍ରାଂଶୁ ସେନାପତିଙ୍କ ମୁଣ୍ଡରେ ଅଧିନାୟକ ଭାର ଥିବାବେଳେ ଉଭୟ ଜୁନିୟର ଓ ସିନିୟରଙ୍କୁ ନେଇ ଏହି ରଣଜୀ ସିଜିନରେ ପଦାର୍ପଣ କରିବ ଓଡିଶା। ଦଳରେ ଯଦି ଦେଖିବା ବ୍ୟାଟିଂ ଲାଇନ ଅପରେ ରହିଛନ୍ତି ଶାନ୍ତନୁ ମିଶ୍ର , ଅନୁରାଗ ଷଡ଼ଙ୍ଗୀ, ଶୁଭ୍ରାଂଶୁ ସେନାପତି ,ଗୋବିନ୍ଦ ପୋଦାର, ଅଭିଷେକ ରାଉତ, ରାକେଶ ପଟ୍ଟନାୟକ। ସେହିପରି ବୋଲିଂ ଅର୍ଡରରେ ଦେବବ୍ରତ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି, ଶୁଭମ ନାୟକ ରହିଛନ୍ତି। ନୂଆ ମୁଁହ ହିସାବରେ ସ୍ୱସ୍ତିକ ସାମଲ , ତାରିଣୀ ସା ,କାର୍ତିକ ବିଶ୍ୱାଳ, ସୌରଭ କନୋଜିଆ ଚଳିତବର୍ଷ ରଣଜୀ ସିଜିନରେ ଓଡିଶା ପକ୍ଷରୁ ନଜର ଆସିବେ।

ଅନ୍ୟପଟେ କିପିଂରେ ଅଭିଜ୍ଞ ରାଜେଶ ଧୂପର ଓ ସୁଜିତ ଲେଙ୍କା ଦଳରେ ସ୍ଥାନ ପାଇଛନ୍ତି। ସିଜିନର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଦଳ ଆଜି ଘୋଷଣା ହୋଇଛି । ପ୍ରଥମ ମ୍ୟାଚ ଆସନ୍ତା ୧୩ ତାରିଖରେ ବରୋଦା ବିପକ୍ଷରେ ଖେଳାଯିବାକୁ ଥିବାବେଳେ ୨୦ ତାରିଖରେ ହେବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଉତ୍ତରାଖଣ୍ଡକୁ ଭେଟିବ ଓଡିଶା। ତେଣୁ ଏହି ଦଳ ନିଶ୍ଚୟ ରଣଜୀ ସିଜିନ ରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓସିଏ।

ସମ୍ବନ୍ଧିତ ଖବର