ଦକ୍ଷିଣ ଆଫ୍ରିକାରେ ସୁରେଶ ରାଇନା ପ୍ରଭାବଶାଳୀ ଖେଳାଳିର ପରିଚୟ ଦେଇଛନ୍ତି: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ଟି-୨୦ ଶୃଙ୍ଖଳାକୁ ବର୍ଷେ ପରେ ଫେରିଥିବା ସୁରେଶ ରାଇନାଙ୍କ ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିବା ସହଜ ନୁହେଁ ବୋଲି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି। ଶାସ୍ତ୍ରୀ କହିଛନ୍ତି, ରାଇନାଙ୍କ ଅଭିଜ୍ଞତା ତାଙ୍କୁ ଦକ୍ଷିଣ ଆଫ୍ରିକାରେ ନିର୍ଭୀକ ଭାବରେ ଖେଳିବା ପାଇଁ ଉତ୍ସାହ ଯୋଗାଇ ଥିଲା। ଟି-୨୦ରେ ନିଜର ବ୍ୟକ୍ତିଗତ ସ୍କୋର ବଳରେ ଭାରତ ବିଜୟୀ ହୋଇଥିବା ବେଳେ ରାଇନା ନିଜକୁ ଜଣେ ପ୍ରଭାବଶାଳୀ ଖେଳାଳିର ପରିଚୟ ଦେଇଥିଲେ। ସମସ୍ତେ ଚାପର ବଶବର୍ତ୍ତୀ ହୋଇ ଖୋଲା ସଟ୍‌ ଖେଳିବାରେ ବ୍ୟସ୍ତ ଥିବା ବେଳେ ରାଇନା ଚତୁରାତାର ସହିତ ଖେଳୁଥିଲେ ବୋଲି ଶାସ୍ତ୍ରୀ କହିଛନ୍ତି।

୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳି ରାଇନା ଦଳପାଇଁ ବ୍ୟକ୍ତିଗତ ଭାବରେ ୮୮ ରନ୍‌ ଯୋଡ଼ିଥିଲେ। ସେଥିପାଇଁ ସେ ତିନି ନମ୍ବର ର‍୍ୟାଙ୍କକୁ ପଦୋନ୍ନତି ହୋଇଥିଲେ। ଉତ୍ତର ପ୍ରଦେଶର ବ୍ୟାଟ୍ସମ୍ୟାନ ରାଇନା ଶ୍ରୀଲଙ୍କାରେ ‘ନିଦାସ ଟ୍ରଫି’ ପାଇଁ ଭାରତୀୟ ଦଳରେ ନିଜକୁ ସାମିଲ କରିପାରିଛନ୍ତି। ସେହିଭଳି ଅନ୍ୟ ଖେଳାଳିମାନଙ୍କ ମଧ୍ୟରୁ ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮୬ ରନ୍‌ ଯୋଡ଼ି ନିଜର ଅଲରାଉଣ୍ଡର ସଫଳତା ଦେଖାଇଥିବା ବେଳେ, କେପଟାଉନ୍‌ ଠାରେ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ଆକର୍ଷଣୀୟ ୯୩ ରନ୍‌ ହାସଲ କରିଥିଲେ।

ସମ୍ବନ୍ଧିତ ଖବର