ନିଜ ଜନ୍ମଦିନରେ ୧୫ ବର୍ଷୀୟ କୁନି ବିରାଟକୁ ଏମିତି କି ଚିଠି ଲେଖିଲେ କି କୋହଲି?

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ତାଙ୍କ ୩୧ତମ ଜନ୍ମ ଦିବସରେ ନିଜ ଉଦ୍ଦେଶ୍ୟରେ ଏକ ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଚିଠି ସେୟାର କରିଛନ୍ତି। ସେ ୧୫ ବର୍ଷୀୟ ବିରାଟଙ୍କୁ ଚିଠି ଜରିଆରେ ‘ଜୀବନ ଯାତ୍ରା’ ବିଷୟରେ ବର୍ଣ୍ଣନା କରି ବୁଝାଇଛନ୍ତି। ଭବିଷ୍ୟତରେ ଆସିବାକୁ ଥିବା ସମସ୍ତ ଭଲ ସମ୍ବାବନା ପାଇଁ ନଜକୁ ପ୍ରସ୍ତୁତ କରିବା ପାଇଁ ସେ ୧୫ ବର୍ଷିଅ ଚିକୁକୁ ପରାମର୍ଶ ଦେଇଥିବାର ତାଙ୍କ ପୋଷ୍ଟ୍‍ରେ ଦେଖିବାକୁ ମିଳିଛି।

 

ତାଙ୍କ ଚିଠିର ସାରାଂଶ ହେଉଛି ‘ଜନ୍ମଦିନ ଶୁଭେଚ୍ଛା। ମୁଁ ଜାଣିଛି ଯେ ଭବିଷ୍ୟକୁ ନେଇ ତୁମ ନିକଟରେ ଅନେକ ପ୍ରଶ୍ନ ଥିବ। ମାତ୍ର ମୁଁ ଦୁଃଖିତ ଯେ ସେ ସମସ୍ତ ପ୍ରଶ୍ନର ଉତ୍ତର ମୁଁ ଦେଇପାରିବି ନାହିଁ। କିଛି ଚ୍ୟାଲେଞ୍ଜ ଆସିବା ଓ କିଛି ବିଫଳତା କଷ୍ଟ ବି ଦେବ। ମାତ୍ର ଯାତ୍ରା ଏକଦମ ଭଲ ରହିବ। କିନ୍ତୁ ତତେ ଆଗକୁ ବଢ଼ିବାରୁ ନିବୃତ ହେବାର ନାହିଁ। କେହି ଭଲପାଇବେ ତ କେହି ଘୃଣା କରିବେ। ସେ ସବୁକୁ ଗୁରୁତ୍ୱ ନ ଦେଇ ନିଜ ଉପରେ ବିଶ୍ୱାସ କରିବା ଶିଖ୍‌।’

ସମ୍ବନ୍ଧିତ ଖବର