କ୍ୟାବିନେଟ୍ ବୈଠକ ଶେ‌ଷ: ୧୪ଟି ପ୍ରସ୍ତାବ ପାରିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶେ‌ଷ ହୋଇଛି। ଏହି ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।  ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ବୈଠକରେ ଏକାଧିକ ବିଭାଗର ପ୍ରସ୍ତାବରେ କ୍ୟାବିନେଟ୍ ମୋହର ମାରିଛି।

ଏହି ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ  ମନ୍ତ୍ରୀ ଟୁକୁନି ସାହୁ  ସୂଚନା ଦେଇଛନ୍ତି। କଟକ ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମିତ ହେବ। ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ଏହା ନିର୍ମିତ ହେବ। ଏହି ସେତୁ ବାବଦରେ ୧୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ୩ ବର୍ଷରେ ସେତୁ ନିର୍ମାଣ କାମ ସରିବ। ଏହି ସେତୁ ନିର୍ମାଣ ଦ୍ୱାରା କଟକ-ଚାନ୍ଦବାଲି ଓ କଟକ-ପାରାଦୀପ ରାସ୍ତାରେ ସହଜ ହେବ ଯାତାୟାତ ।

ଏଣେ ଚନ୍ଦ୍ରଶେଖରପୁରରେ ଯାଦବ ଭବନ ନିର୍ମାଣ ଲାଗି ଅଧା ଏକର ଜାଗା ଯୋଗାଇ ଦେବେ ରାଜ୍ୟ ସରକାର।

 

 

ସମ୍ବନ୍ଧିତ ଖବର