ଶ୍ରଦ୍ଧାଳୁଙ୍କ ବସ୍‌କୁ ଧକ୍କା ଦେଲା ହାଇୱା; ୨୦ ଆହତ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ରାୟଗଡ଼ା: ଶ୍ରୀ ମନ୍ଦିର ପରିକ୍ରମା ବୁଲି ଦେଖିବା ପାଇଁ ରାୟଗଡାରୁ ତିନୋଟି ପର୍ଯ୍ୟାୟରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ବୁଲି ଦେଖିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବସ ଯୋଗେ ପ୍ରତି ପଞ୍ଚାୟତରୁ ୨୦ ଜଣ ଏବଂ ଏନଏସି ଓ ପୌର ପରିଷଦର ପ୍ରତି ଵାର୍ଡରୁ ୨୦ ଜଣ ଲେଖାଏଁ ଯିବା ପାଇଁ ପ୍ରସ୍ତାବ ରହିଥିଲା। ତେବେ ଦ୍ବି ତୀୟ ପର୍ଯ୍ୟାୟରେ ଗୁରୁବାର ଏନଏସି ଗୁଡାରୀ ଅଂଚଳରୁ ଓଆର-୦୨-ଏଚ-୪୯୦୫ ନମ୍ବର ବିଶିଷ୍ଟ ଏକ ବସ ୪୨ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ବାହାରିଥିଲା।

ଶୁକ୍ରବାର ସକାଳୁ ୧୬ ନମ୍ବର ଜାତୀୟ ରାଚପଥ ଗଡଖୋର୍ଦ୍ଧ୍ବା ଛକ ନିକଟରେ ଏକ ହାଇଵା କ୍ଷୀପ୍ର ଗତିରେ ଆସି ବସକୁ ଧକ୍କା ଦେଇଥିଲା, ଯାହାଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ଗୁଡାରୀ ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ଶବର ରହିଛନ୍ତି। ସମସ୍ତ ଆହତଙ୍କୁ ବରିଷ୍ଠ ବିଜେଡି ନେତା ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ଉପଦେଷ୍ଟା ସୁଧୀର ଦାସ ଖୋର୍ଦ୍ଧା ମେଡିକାଲକୁ ନେଇଥିଲେ। ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡିଛି। ଅନ୍ୟ ୨୦ ଜଣ କିନ୍ତୁ ସାମାନ୍ୟ ମାଡ଼ ବାଜିଥିବା ଜଣାପଡିଛି। ତେବେ ଏକ ବଡ଼ଧରଣର ଦୁର୍ଘଟଣାରୁ ୪୦ ଯାତ୍ରୀ ବର୍ତ୍ତିଯାଇଥିବା କୁହାଯାଇଛି। ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ମଧ୍ୟ ମେଡିକାଲ ଯାଇ ସମସ୍ତଙ୍କ ସ୍ବାସ୍ତ୍ୟବସ୍ଥା ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର