ପୁଲିସ ନିଷ୍କ୍ରିୟତା ଅଭିଯୋଗ: ବାଣପୁର ଥାନା ସିସି ଫୁଟେଜ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ‌ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ସିସି ଟିଭି ଫୁଟେଜ ଦାଖଲ ପାଇଁ ବାଣପୁର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨, ଡିସେମ୍ବର ୨୩ରେ ଆବେଦନକାରୀ ବାଣପୁର ଥାନାକୁ ଯାଇଥିଲେ ନା ନାହିଁ ସେ ନେଇ ସିସି ଟିଭି ଫୁଟେଜ୍‌ରୁ ଯାଞ୍ଚ କରିବାକୁ ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପରବର୍ତ୍ତୀ ଶୁଣାଣି ସମୟରେ ସିସି ଟିଭି ଫୁଟେଜ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପି.ସି.ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୨, ଡିସେମ୍ବର ୨୩ରେ ଆବେଦନକାରୀ ଏକ ଏତଲା ପଞ୍ଜୀକରଣ ପାଇଁ ବାଣପୁର ଥାନାକୁ ଯାଇଥିଲେ। କିନ୍ତୁ ତାଙ୍କ ଅଭିଯୋଗ ପଞ୍ଜୀକରଣ କରାଯାଇ ନଥିଲା ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ନିଷ୍କ୍ରିୟତା ବିରୋଧରେ ଦାୟର ଏହି ମାମଲାରେ ପୁଲିସ ଡିଜି, ଖୋର୍ଦ୍ଧା ଏସପି ଓ ବାଣପୁର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର