ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲା: ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଆଜି ସୌମ୍ୟଙ୍କ ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଛି। କ୍ରାଇମବ୍ରାଞ୍ଚର ଦୁଇ ମହିଳା ଅଧିକାରୀ ମୃତ ସୌମ୍ୟ ପାଣିଗ୍ରାହୀଙ୍କ ବାପା ସୁଧାକର ପାଣିଗ୍ରାହୀ, ମାଆ ମୋହିନୀ ମିଶ୍ର ଓ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ବୟାନ ରେକର୍ଡ କରିଛନ୍ତି।

ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ୩ ମାସ ଭିତରେ ତଦନ୍ତ ଶେଷ କରିବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ ଜାନୁଆରି ୩୦ ତାରିଖରେ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ। ସୌମ୍ୟଙ୍କ ମୃତ୍ୟୁ ପାଇଁ ବାନ୍ଧବୀ ସୋନାଲି ନନ୍ଦଙ୍କୁ ପରିବାର ଦାୟୀ କରିଥିଲେ। ପୂର୍ବରୁ ସୋନାଲି ନନ୍ଦଙ୍କୁ ପୁଲିସ ଟିମ ପଚରାଉଚରା କରି ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର