ବିଜେଡିର ଲକ୍ଷ୍ମୀପ୍ରିୟା ପରେ ବିଜେପିର ଡମ୍ବରୁ ଶିଶାକୁ ବିରୋଧ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ବିଜେପି ଓ ବିଜେଡି ନିଜ ନିଜର ପ୍ରାର୍ଥୀ ଘୋଷଣା କରିପାରୁ ନାହାନ୍ତି। ଦୁଇ ଦଳରେ ଗୋଷ୍ଠୀ କନ୍ଦଳ ବଢୁଥିବାରୁ ପ୍ରାର୍ଥୀ ଚୟନରେ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି। ବିଜେଡିରେ ଲକ୍ଷ୍ମୀ ପ୍ରିୟା ଟିକଟ ପାଉଥିବା ନେଇ ଚର୍ଚ୍ଚା ହେବା ପରେ ଲକ୍ଷ୍ମୀଙ୍କ ଭାଇ ଓ ଦାଦା ତାଂକ ବିରୋଧରେ ପ୍ରଥମେ ସ୍ବରତ୍ତୋଳନ କରିଥିଲେ। ସେହିପରି ମାଥିଲି ବ୍ଲକ ଅଧ୍ୟକ୍ଷ ସମେତ ଖଇରପୁଟ ଏବଂ ଚିତ୍ରକୋଣ୍ଡାର ବ୍ଲକ ଅଧ୍ୟକ୍ଷ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ଗୋଟିଏ ପଟେ ବିଜେଡି ପାଇଁ ପ୍ରାର୍ଥୀ ଚୟନରେ ମୁଣ୍ଡ ବ୍ୟଥା ହେଉଥିବା ବେଳେ ବିଜେପି ତାର ପ୍ରାର୍ଥୀ ଘୋଷଣା ବିଳମ୍ବ କରୁଥିବାରୁ ଏବେ ବିରୋଧୀ ମୁଣ୍ଡ ଟେକିବା ଆରମ୍ଭ କଲେ। ବିଜେପିରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଡମ୍ବରୁ ଶିଶାଙ୍କ ନାମ ଏକ ପ୍ରକାର ଚୁଡାନ୍ତ ହୋଇଥିବା ନେଇ ମାଲକାନଗିରିରେ ଚର୍ଚ୍ଚା ହେଉଥିବାରୁ ତାଂକ ବିରୋଧରେ ଏକ ଗୋଷ୍ଠୀ ବାହାରି ଏବେ ତାଂକୁ ଟିକଟ ଦେଲେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ସମସ୍ତ କର୍ମକର୍ତ୍ତା ସହଯୋଗ କରିବେ ନାହିଁ ବୋଲି ସଫା ସଫା ଆଜି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ବିଜେପି ଯେତେ ଡେରି ହେବ ସେତେ ଅସୁବିଧା ହେଉଥିବା ବିଜେପିର ବରିଷ୍ଠ ନେତାମାନେ ପ୍ରକାଶ କରିଛନ୍ତି, ଯାହାକୁ ଟିକଟ ଦେବେ ତୁରନ୍ତ ଘୋଷଣା ହେଲେ କୌଣସି ବିରୋଧାଭାସ ହୋଇନଥାନ୍ତା ବୋଲି ସେମାନେ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏବେ ଦୁଇ ଦଳରେ ଗୋଷ୍ଠୀ କନ୍ଦଳ ରହିଥିବା ସ୍ପଷ୍ଟ ହୋଇଯାଇଛି। ବିଜେପି ଚିତ୍ରକୋଣ୍ଡା ଆସନକୁ ହାତେଇବାକୁ ତାର ସମସ୍ତ ବଳ ପ୍ରୟୋଗ କରିବ। ତେଣୁ ଏଥର ମଇଦାନରେ ଜମେ ଦମଦାର ପ୍ରାର୍ଥୀକୁ ଦେବ ବୋଲି ପୂର୍ବରୁ ଘୋଷଣା କରିଛି। ତେଣୁ ଯେତେ ଡେରି ହେଉଛି ସେତେ କର୍ମୀ ଏବଂ ଜନସାଧାରଣଙ୍କ ମନରେ ସେତେ ପ୍ରଶ୍ନ ଉଠିଛି।

ପ୍ରକାଶ ଥାଉକି ବିଜେପିରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଥିବାରୁ ବିଜେଡିରୁ ଆସି ବିଜେପିରେ ଟିକଟ ଡମ୍ବରୁ ପାଉଥିବାରୁ କିଛି ଗୋଷ୍ଠୀ ଏହାକୁ ହଜମ କରିପାରୁନଥିବା କୁହାଯାଇଛି। ତେବେ ଏନେଇ ଡମ୍ବରୁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ତେବେ ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଦୁଇ ଦଳର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର