ମାଛ କଲା ଲକ୍ଷପତି, ୩୫ ଲକ୍ଷ ଟଙ୍କାରେ ବିକ୍ରି ହେଲା ୨୮ଟି ତେଲିଆ ମାଛ

ଭୋଗରାଇ: ମାଛ କଲା ଲକ୍ଷପତି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ସମୁଦ୍ର ମୁହାଣରେ ମତ୍ସ୍ୟଜୀବୀମାନେ ୨୮ଟି ତେଲିଆ ଭୋଳା ମାଛ ଧରିଥିଲେ। ସେଗୁଡ଼ିକୁ ସ୍ଥାନୀୟ ମାଛ ମାର୍କେଟ୍‌କୁ ନିଆଯାଇଥିଲା। ସେଠାରେ ସବୁ ମାଛ କୋଲକାତାର ଏକ ଫାର୍ମା କମ୍ପାନି ୩୫ ଲକ୍ଷ ଟଙ୍କାରେ କିଣିନେଇଛି। ଗୋଟିଏ ଗୋଟିଏ ମାଛର ଓଜନ କେଜି ପ୍ରତି ୮ରୁ ୧୦ କିଲୋ ହୋଇଥିବା ବେଳେ କେଜି ପ୍ରତି ୧୪ ହଜାର ଟଙ୍କାରେ ବିକ୍ରି ହୋଇଛି।

ସୂଚନା ଥାଉ କି ମାଛର ବିଭିନ୍ନ ଅଂଶ ବ୍ୟବହାର କରି ଦୁ‌ରାରୋଗ୍ୟ ରୋଗ ପାଇଁ ଔଷଧ ତିଆରି ହୋଇଥାଏ। ଭାରତ ଅପେକ୍ଷା ତେଲିଆ ମାଛର ଚାହିଦା ବିଦେଶରେ ଅଧିକ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର