ପୁଣି ନକ୍ସଲ ହିଂସା: ୪ଟି ଟ୍ରକ୍‌କୁ ନିଆଁ ଲଗାଇ ପୋଡ଼ିଦେଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ନାରାୟଣପୁର ଜିଲ୍ଲାର ଛୋଟେଡଙ୍ଗର ଥାନା ଠାରୁ ମାତ୍ର ୫ ଶହ ମିଟର ଦୁରରେ ନକ୍ସଲ ଉତ୍ପାତ ମଚାଇଥିଲେ। ସ୍ଥାନୀୟ ମାଇନସକୁ ଯାଉଥିବା ଚାରୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଲେ। ସମସ୍ତ ଟ୍ରକରେ ଲୁହାଛଡ଼ ରହିଥିଲା। ନିଆଁ ଲାଗି ଟ୍ରକଗୁଡିକ ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିାବାକୁ ମିଳିଛି। ଏହି ଅଂଚଳରେ ଅମଦାଇ ମାଇନସ୍ ନାମକ ଏକ ସଂସ୍ଥା ରହିଛି। ଏହାକୁ ନକ୍ସଲ ପୂର୍ବରୁ ହିଁ ବିରୋଧ କରିଆସୁଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର