ତଦନ୍ତ କମିସନଙ୍କ ରିପୋର୍ଟ ସରକାର ଚାପିନାହାନ୍ତି: ବିଜେଡି

ଭୁବନେଶ୍ବର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାରେ ରାଜ୍ୟ ସରକାର ବସାଇଥିବା ତଦନ୍ତ କମିସନର ରିପୋର୍ଟ ସାର୍ବଜନୀନ କରିବାକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିବା ପରେ ବିଜେଡି ନେତା ପଦ୍ମନାଭ ବେହେରା କହିଛନ୍ତି ଯେ ରାଜ୍ୟ ସରକାର ତଦନ୍ତ କମିସନଙ୍କ ରିପୋର୍ଟ ଚାପିନାହାନ୍ତି। ବିରୋଧୀ ବିରୋଧ କରିବା ପାଇଁ କେବଳ ବିଭିନ୍ନ କଥା କହୁଛନ୍ତି। ସେଥିରେ ଆମର କିଛି କହିବାର ନାହିଁ। ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଘଟଣାରେ ରାଜ୍ୟ ସରକାର ବହୁତ ଭଲ ଭାବେ କାର୍ଯ୍ୟ କରିଛନ୍ତି। ତଦନ୍ତ କରାଇଛନ୍ତି। କମିସନ ବସିଥିଲା ତାହାର ରିପୋର୍ଟ ବି ଆସିଛି। କିଏ କେଉଁ ଉଦ୍ଦେଶ୍ୟରେ କହୁଛନ୍ତି ଆମେ ଜାଣିନୁ। କିନ୍ତୁ ରାଜ୍ୟ ସରକାର ସ୍ୱଚ୍ଛ ଭାବେ ସବୁ ତଦନ୍ତ ପ୍ରକ୍ରିୟା କରିଛନ୍ତି।

ଏହାସହ ଶ୍ରୀ ବେହେରା କହିଛନ୍ତି ଯେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ତଦନ୍ତ ନେଇ ହାଇକୋର୍ଟ ସରକାରଙ୍କୁ ଜବାବ ମାଗିଛନ୍ତି। ରାଜ୍ୟ ସରକାର ଜବାବ ଦେବେ। ତଦନ୍ତ କିପରି ହୋଇଛି, କ’ଣ ହୋଇଛି ତାହା ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇବେ। ତା’ପରେ ହାଇକୋର୍ଟ ଯାହା ବିଚାର କରିବେ।

ସମ୍ବନ୍ଧିତ ଖବର